ଶ୍ରୀନଗର: ଅଶାନ୍ତ ଜାମ୍ମୁ-କାଶ୍ମୀର । ଏନକାଉଣ୍ଟର ପରେ ଏନକାଉଣ୍ଟର । ଦୁଇଟି ଅଲଗା ଅଲଗା ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ପ୍ରଥମେ ଜମ୍ମୁକାଶ୍ମୀର ସୋପିଆନ ଏନକାଉଣ୍ଟରରେ ତିନି ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ସେହି ଘଟଣାର କିଛି ସମୟ ନପୁରୁଣୁ ପୁଣି କୁପୱାଡା ଜିଲ୍ଲାରେ ଜାରି ରହିଛି ଆଉ ଏକ ଏନକାଉଣ୍ଟର ।
ପୁଲୱାମା ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକ ସହ ଆର୍ମି ଯବାନ ସହିଦ ହୋଇଥିବା ଜଣାପଡିଛି । ଏହାସହ ଧରାପଡିଥିବା ତିନି ଆତଙ୍କବାଦୀଙ୍କ ମିଳିଛି ପରିଚୟ । ସେମାନେ ହେଲେ ପୁଲୱାମାର ନସିର ପଣ୍ଡିତ, ସୋପିଆନର ଉମର ମିର ଓ ପାକିସ୍ତାନୀ ଖଲିଦ । ସମସ୍ତ ଆତଙ୍କବାଦୀ ଜୈସ-ଇ-ମହମ୍ମଦର ବୋଲି ଜଣାପଡିଛି ।