ETV Bharat / bharat

ବୁଦ୍ଧିମତାର ଅନ୍ୟନାମ 'ପ୍ରକାଶ' - prakash

ଉତ୍ତରପ୍ରଦେଶ ମିର୍ଜାପୁର ଦ୍ବାଦଶ ଶ୍ରେଣୀର ଛାତ୍ର ଜୟ ପ୍ରକାଶ। ନିଜର ପୁରୁଣା ସାଇକେଲ ବ୍ୟବହାର କରି ନିର୍ମାଣ କରିଛନ୍ତି ଆବର୍ଜନା ସଫା କରିବା ମେସିନ। ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଅନ୍ୟମାନଙ୍କ ପ୍ରଂଶସାର ପାତ୍ର ହୋଇଛନ୍ତି ପ୍ରକାଶ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 16, 2019, 12:49 PM IST

ଲକ୍ଷ୍ନୌ: ସାଧାରଣତଃ ଜିନିଷ ପୁରୁଣା ହୋଇଗଲେ ଅଦରକାରୀ ଭାବେ ଆମେ ଫୋପାଡିଦେଇଥାଉ। ଆଉ ତା ବଦଳରେ କିଣି ଆଣିଥାଉ ନୂଆ ଜିନିଷ। ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଦ୍ବାଦଶ ଶ୍ରେଣୀର ଛାତ୍ରା ଜୟ ପ୍ରକାଶ, ସେ ଏମିତି କିଛି ଯନ୍ତ୍ର ତିଆରି କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନିଜର ପୁରୁଣା ସାଇକେଲ ବ୍ୟବହାର କରି ନିର୍ମାଣ କରିଛନ୍ତି ଆବର୍ଜନା ସଫା କରିବା ମେସିନ।

ଆଉ ଏହି ମେସିନ ନିର୍ମାଣକୁ ନେଇ ସେ ଏବେ ଚର୍ଚ୍ଚାରେ। ତାଙ୍କର ବୁଦ୍ଧି ଓ ଜ୍ଞାନକୌଶଳକୁ ପ୍ରଂଶସା କରୁଛନ୍ତି ସମସ୍ତେ । ନା ପାଖରେ ଅଛି ବେଶୀ ଟଙ୍କା ନା ପରିବାର ପାଖରେ ଅଛି । ବାପା ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । ଆଉ ପ୍ରତିଦିନ ତାଙ୍କ ପାଖରେ ଯେତିକି ବି ରୋଜଗାର ହୁଏ ପୁଅକୁ ହାତ ଖର୍ଚ୍ଚ କରିବା ପାଇଁ ଦେଇଥାନ୍ତି ।

ହେଲେ ପ୍ରକାଶ ସେଇ ଟଙ୍କାର ସଦୂପଯୋଗ କରି ସଂପର୍କୀୟ ମାମୁଙ୍କ ୱଲଡିଂ ଦୋକାନରେ ବସି ମାତ୍ର 7 ମାସର ସମୟରେ ସେ ଗାରବେଜ କ୍ଲିନ ମେସିନଟି ତିଆରି କରିଛନ୍ତି ପ୍ରକାଶ। ଏତେ ଛୋଟ ବୟସରୁ ଟଙ୍କା ଓ ସମୟର ଠିକ ବ୍ୟବହାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

Intro:Body:

fgdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.