ETV Bharat / bharat

89ତମ ଜୟନ୍ତୀରେ ମନେ ପଡନ୍ତି ମିସାଇଲ ମ୍ୟାନ

author img

By

Published : Oct 15, 2020, 10:24 AM IST

Updated : Oct 15, 2020, 6:55 PM IST

ଅକ୍ଟୋବର 15 । ମହାମାନବ ଡଃ ଏପିଜେ ଅବଦୁଲ କଲାମଙ୍କର 89 ତମ ଜନ୍ମବାର୍ଷିକୀ । ଖାଲି ଭାରତକୁ ପରମାଣୁ ଶକ୍ତିସଂପନ୍ନ ଦେଶ କରିବାରେ ତାଙ୍କର ଭୂମିକା ନଥିଲା ବରଂ ସେ ଛାତ୍ର ସମାଜକୁ ପ୍ରଗତି ପଥରେ ଆଗେଇବାକୁ ପ୍ରେରଣା ବି ଯୋଗାଇଥିଲେ । ନିଜେ ସାରାଜୀବନ ଅବିବାହିତ ରହିଥିଲେ ସିନା କିନ୍ତୁ ଶିଶୁମାନଙ୍କ ପ୍ରତି ଥିଲା ତାଙ୍କର ଅଗାଢ ପ୍ରେମ ।

ଆଜି ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ 89ତମ ଜନ୍ମଦିନ

ନୂଆଦିଲ୍ଲୀ: ଆଜିର ଦିନ ଭାରତୀୟ ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । କାରଣ ଆଜିର ଦିନରେ ଭାରତରେ ମିସାଇଲ ଏବଂ ପରମାଣୁ ଶକ୍ତି ତିଆରି କରିଥିବା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ 89ତମ ଜନ୍ମଦିନ । ସେ ଜଣେ ଶାନ୍ତ ସ୍ବଭାବର ମହାନ ବୈଜ୍ଞାନିକ ଥିଲେ । ଯାହାଙ୍କର ଅବଦାନ ଭାରତ ଇତିହାସରେ ଅପୂରଣୀୟ ଅଟେ ।

89ତମ ଜୟନ୍ତୀରେ ମନେ ପଡନ୍ତି ମିସାଇଲ ମ୍ୟାନ

1931 ମସିହା ଅକ୍ଟୋବର 15ରେ ତାମିଲନାଡୁର ରମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ କଲାମ। ତେବେ ଏପିଜେ ଅବଦୁଲ କଲାମଙ୍କର ପୂରା ନାମ ଡ. ଅବୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ ଥିଲା। କଲାମ ତାଙ୍କ ପରିବାରର ସମସ୍ତଙ୍କର ପ୍ରିୟ ଥିଲେ । କିନ୍ତୁ ତାଙ୍କ ପରିବାର ସବୁବେଳେ ଛୋଟ ଏବଂ ବଡ ଅସୁବିଧାରେ ସଂଘର୍ଷ କରୁଥିଲେ । ଯେଉଁଥି ପାଇଁ ସେ ନିଜ ପିଲାଦିନରୁ ନିଜର ଦାୟିତ୍ବ ବୁଝିବା ଆରମ୍ଭ କରିଥିଲେ । ପିଲାବେଳେ ତାଙ୍କ ଘରେ ବିଦ୍ୟୁତ ନଥିଲା । ଯେଉଁଥିପାଇଁ ସେ ଦୀପ ଲଗାଇ ପାଠ ପଢୁଥିଲେ ।

ତେବେ କଲାମ ମାଡ୍ରାସରେ ପଢିବା ସହ ରମେଶ୍ୱରମରେ ଖବରକାଗଜ ବିକ୍ରି କରୁଥିଲେ। ପିଲାବେଳରୁ ହିଁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ତାଙ୍କର ପ୍ରଥମ ପଦକ୍ଷେପ ଥିଲା । ଯେତେବେଳେ କଲାମଙ୍କୁ ମାତ୍ର 19 ବର୍ଷ ବୟସ ହୋଇଥିଲା ସେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭିଷିକାକୁ ମଧ୍ୟ ଅନୁଭବ କରିଥିଲେ। ଏହି ପରିସ୍ଥିତିରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ଦେଖାଦେଇଥିଲା । ଏହିପରି ଭାବରେ କଲାମ ତାଙ୍କ ଅଧ୍ୟାପକ ସୁବ୍ରମଣ୍ୟମ ଅୟରଙ୍କଠାରୁ ପ୍ରେରଣା ପାଇବା ପରେ ଏରୋସ୍ପେସ ଟେକ୍ନୋଲୋଜିରେ ଯିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ 1962 ମସିହାରେ କଲାମ ପ୍ରଥମ ଥର ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ରେ ପହଞ୍ଚିଥିଲେ । ସେଠାରେ ସେ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ (SLV-3) କ୍ଷେପଣାସ୍ତ୍ର ତିଆରି କରିବାର ଶ୍ରେୟ ପାଇଥିଲେ। ଏହା ସହିତ ସେ ସ୍ୱଦେଶୀ ଗାଇଡ୍ ମିସାଇଲର ପରିକଳ୍ପନା କରିଥିଲେ । ଯେଉଁଥିପାଇଁ ଦେଶ ଭାରତୀୟ ଟେକ୍ନୋଲୋଜି ସହିତ ନିର୍ମିତ ସ୍ୱଦେଶୀ କ୍ଷେପଣାସ୍ତ୍ର ପାଇପୀାରିଥିଲା ।

ଏହି କ୍ରମରେ 2002 ମସିହା ଜୁଲାଇ 18 ରେ କଲାମ ଭାରତର 11ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। 2002 ଜୁଲାଇ 25 ରେ ସେ ସଂସଦ ଗୃହର ଅଶୋକ ରୁମରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ 2007 ମସିହା ଜୁଲାଇ 25 ରେ ଶେଷ ହୋଇଥିଲା।

ତେବେ ଏହିପରି ଭାରତୀୟ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ତଥା ଲୋକଙ୍କ ରାଷ୍ଟ୍ରପତି ଭାବରେ ଲୋକପ୍ରିୟ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ 2015 ମସିହା ଜୁଲାଇ 7ରେ ଶିଲଙ୍ଗର ଆଇଆଇଏମ ଠାରେ ଏକ ବକ୍ତୃତା ପ୍ରଦାନ କରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

Last Updated : Oct 15, 2020, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.