ETV Bharat / bharat

‘ନୀତିଶ କୁମାରଜୀଙ୍କ କଟୁମନ୍ତବ୍ୟ ମୋ ପାଇଁ ଆଶୀର୍ବାଦ’ - ବିହାର ନିର୍ବାଚନ

ବିହାରରେ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର । ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ସୋମବାର ନୀତିଶ କୁମାର କଟାକ୍ଷ କରିଥିବାବେଳେ ଏହାର ଜବାବ ଦେଇଛନ୍ତି ତେଜସ୍ବୀ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ
ବିହାର ନିର୍ବାଚନ
author img

By

Published : Oct 27, 2020, 11:26 AM IST

Updated : Oct 27, 2020, 12:18 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଏପରି ସ୍ଥିତିରେ ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ନୀତିଶ କୁମାର ତାଙ୍କ ପ୍ରତି ବ୍ୟବହାର କରୁଥିବା କଟୁ ମନ୍ତବ୍ୟ ତାଙ୍କ ପାଇଁ ଆଶୀର୍ବାଦ ବୋଲି ସେ କହିଛନ୍ତି ।

ନୀତିଶ ଜୀ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ତେଣୁ ତାଙ୍କ ମନକୁ ଯାହା ଆସୁଛି ସେ କହିଚାଲୁଛନ୍ତି । ହେଲେ ମୁଁ ତାଙ୍କ ମନ୍ତବ୍ୟକୁ ଆଶୀର୍ବାଦ ଭଳି ନେଉଛି ବୋଲି ତେଜସ୍ବୀ କହିଛନ୍ତି । ଏହାସହ ଏଥର ବିହାର ରୋଜଗାର ଓ ବିକାଶକୁ ଭୋଟ ଦେବେ ବୋଲି ନିର୍ଣ୍ଣୟ ନେଇସାରିଥିବା ସେ କହିଛନ୍ତି ।

ସୋମବାର, ନୀତିଶ କୁମାର ଆରଜେଡି ନେତା ତେଜସ୍ବୀଙ୍କୁ କଟାକ୍ଷ କରିଥିଲେ । କିଛି ଲୋକ କେବଳ ନିଜର ପ୍ରଚାରରେ ବ୍ୟସ୍ତ, କାମ ପାଇଁ ନୁହଁନ୍ତି ବୋଲି ନୀତିଶ କହିଥିଲେ । ବିହାରରେ ଅପରାଧ କମିଛି ବୋଲି ଦର୍ଶାଇଥିଲେ । ଏହାସହ ଆମେ କେବଳ କାମକୁ ଧ୍ୟାନ ଦେଉ ନିଜର ପ୍ରଚାରକୁ ନୁହେଁ ବୋଲି କହି ତେଜସ୍ବୀଙ୍କୁ କଟାକ୍ଷ କରିଥିଲେ ନୀତିଶ । ଯାହାକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ତେଜସ୍ବୀ ।

ସେହିପରି ସୋମବାର ପ୍ରଚାର ସମୟରେ ପରିବାରବାଦ ପ୍ରସଙ୍ଗ ଉଠାଇ ନୀତିଶ ତେଜସ୍ବୀଙ୍କୁ ଘେରିଥିଲେ । ଆମର ରାଜ୍ୟବାସୀ ପରିବାର କିନ୍ତୁ କେତେକଙ୍କ ପାଇଁ ପରିବାର କହିଲେ କେବଳ ରକ୍ତ ସମ୍ପର୍କ ବୋଲି ବୁଝାଏ ବୋଲି ନୀତିଶ କହିଥିଲେ ।

ସୂଚନାଥାଉକି, ବିହାରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଅକ୍ଟୋବର 28, ନଭେମ୍ବର 3 ଓ 7 ତାରିଖରେ ଭୋଟ ଦେବେ ଜନତା । ନଭେମ୍ବର 10 ତାରିଖରେ ଭୋଟ ଗଣତି କରାଯିବ ।

(ANI)

Last Updated : Oct 27, 2020, 12:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.