ETV Bharat / bharat

ଜମ୍ମୁ-କାଶ୍ମୀର ଯିବେ EU ସଂସଦର 27 ଜଣିଆ ପ୍ରତିନିଧି ମଣ୍ଡଳ

author img

By

Published : Oct 28, 2019, 5:33 PM IST

Updated : Oct 29, 2019, 10:17 AM IST

ୟୁରୋପିୟନ ସଂସଦଙ୍କ ପ୍ରତିନିଧି ମଣ୍ଡଳରେ ସାମିଲ ସମସ୍ତ 27 ସାଂସଦ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସହ ସାକ୍ଷାତକାର କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବର୍ତ୍ତମାନର ସ୍ଥିତି ପରିଖିବା ପାଇଁ ୟୁରୋପିୟନ ୟୁନିୟନ ସଂସଦର ଏକ ପ୍ରତିନିଧି ମଣ୍ଡଳ 2 ଦିନିଆ ଘାଟି ପରିଦର୍ଶନରେ ଯିବେ । ୟୁରୋପିୟନ ସଂସଦଙ୍କ ପ୍ରତିନିଧି ମଣ୍ଡଳରେ ସାମିଲ ସମସ୍ତ 27 ସାଂସଦ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସହ ସାକ୍ଷାତକାର କରିଛନ୍ତି ।

ଘାଟି ଗ୍ରସ୍ତ ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରେ ଇୟୁ ସାଂସଦଙ୍କ ସହ ସାକ୍ଷାତକାର ଅବସରରେ ପିଏମ୍‌ ମୋଦି ପ୍ରତିନିଧି ମଣ୍ଡଳଙ୍କୁ କାଶ୍ମୀର ବିକାଶଧାରା ସମ୍ପର୍କରେ ଅବଗତ କରାଇଛନ୍ତି । ଏହାସହ ମୋଦି ଆତଙ୍କବାଦ ବିରୋଧରେ ଲଢିବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଥିବା କଥା କହିଛନ୍ତି । ସେହିପରି ଅଜିତ ଡୋଭାଲ ଘାଟିରେ ଆତଙ୍କବାଦ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇୟୁ ସାଂସଦଙ୍କ ଭାରତ ଗ୍ରସ୍ତକୁ ନେଇ ଆହୁରି କହିଛନ୍ତି ଯେ, ଆପଣମାନେ ଜମ୍ମୁ-କଶ୍ମୀର ସହିତ ଅନ୍ୟ ଅଞ୍ଚଳର ଗସ୍ତ କରିବା ଦ୍ୱାରା ଭାରତର ସାଂସ୍କୃତିକ ଏବଂ ଧାର୍ମିକ ବିବିଧତା ବିଷୟରେ ସମ୍ପୂର୍ଣ୍ଣ ଅବଗତ ହୋଇପାରିବେ । ଏହାସହ ଏହି ଅଞ୍ଚଳର ବିକାଶ ଓ ଶାସନକୁ ପ୍ରାଥମିକତା ଉପରେ ସ୍ପଷ୍ଟ ଦୃଷ୍ଟିକୋଣ ରଖିପାରିବେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଏହା ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳର ପ୍ରଥମ କଶ୍ମୀର ଗସ୍ତ ହେବ ।

Intro:Body:

BLANK FOR LINK 

Conclusion:
Last Updated : Oct 29, 2019, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.