ETV Bharat / bharat

ଡାଲ ହ୍ରଦରେ ନୌକାବିହାର କଲେ EU ପ୍ରତିନିଧି ମଣ୍ଡଳୀ

author img

By

Published : Oct 29, 2019, 7:02 PM IST

ୟୁରୋପୀୟାନ ୟୁନିଅନର ୨୮ଜଣ ସାଂସଦ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡାଲ୍‌ ହ୍ରଦରେ ନୌକାବିହାରର ମଜାନେଇଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ୟୁରୋପୀୟାନ ୟୁନିଅନର ୨୮ଜଣ ସାଂସଦଙ୍କ ପ୍ରତିନିଧି ମଣ୍ଡଳ କାଶ୍ମୀର ଘାଟିର ସ୍ଥିତି ଜାଣିବା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି । ଏଥିସହ ପ୍ରତିନିଧି ମଣ୍ଡଳ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡାଲ୍‌ ହ୍ରଦରେ ନୌକାବିହାରର ମଜାନେଇଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଇଟାଲି, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ ଓ ପୋଲାଣ୍ଡର ଏମପି ସାମିଲ ଅଛନ୍ତି।

ସମସ୍ତ ପ୍ରତିନିଧି ମଣ୍ଡଳ ସାଂସଦଙ୍କ ପାଇଁ ମଙ୍ଗଳବାର ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରାତ୍ରି ଭୋଜନର ବ୍ୟବସ୍ଥା କରିଛନ୍ତି । ତୃଣମୂଳ ସ୍ତରରେ ଘାଟିରେ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ପାଇଁ ପ୍ରତିନିଧି ମଣ୍ଡଳଙ୍କ ଏହା ବ୍ୟକ୍ତିଗତ ଗସ୍ତ ବୋଲି କୁହାଯାଉଛି ।

European Union  MPs visited Dal lake
ଫଟୋ ସୌଜନ୍ୟ: ଏଏନଆଇ

ଏହି ଗସ୍ତକୁ ନେଇ ଦେଶରେ ବିରୋଧୀ ତୀବ୍ର ପ୍ରତିରୋଧ କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ, ଗୁଲାମ ନବୀ ଆଜାଦ, ମାୟାବତୀ ପ୍ରମୁଖ ନେତା ମାନେ EU ପ୍ରତିନିଧି ମଣ୍ଡଳଙ୍କୁ ଘାଟି ପରିଦର୍ଶନ ପାଇଁ ଅନୁମତି ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଦେଶର ନେତାଙ୍କୁ ଅନୁମତି ନଦେଇ ବିଦେଶୀ ପ୍ରତିନିଧିଙ୍କୁ ଅନୁମତି ପ୍ରଦାନ କରିବା ନିହାତି ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ବିରୋଧୀ ସମାଲୋଚନା କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ୟୁରୋପୀୟାନ ସଂସଦର ପ୍ରତିନିଧି ମଣ୍ଡଳ ରାଜଧାନୀ ନୂଆଦିଲ୍ଲୀରୁ ବିମାନ ଯୋଗେ କାଶ୍ମୀର ଅଭିମୁଖେ ଯାତ୍ରା କରିଥିଲେ।

Intro:Body:

yyy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.