ETV Bharat / bharat

ଅନ୍ତହୀନ ଆଶାର ଦୁନିଆଁରେ ଆଗାମୀ ପିଢିଙ୍କ ପାଇଁ ପରିବେଶ ସୁରକ୍ଷାର ବାର୍ତ୍ତା - ଜୈବିକ ଉଦ‍ଗୀରଣ

ସ୍ମୃତିର ପ୍ରେକ୍ଷାପଟରେ ଥିବା ମୌସୁମୀକୁ ଶେଷ କରୁଥିବା ବସନ୍ତ ଲୁପ୍ତ ହେବାରେ ଲାଗିଛି। ଆଗାମୀ ଦଶକ ଆଶାର ନୂତନ ସମ୍ଭାବନାକୁ ଜନ୍ମ ଦେଇଛି।ବିଭିନ୍ନ ଆହ୍ବାନ ଉପରେ ଏକ ବିଶେଷ କାହାଣୀ ଯାହା ଆମକୁ ୨୦୨୦-୨୦୩୦ରେ ମିଳିବ। ଏଥିରେ କୌଣସି ସନ୍ଦେହ ନାହିଁ, ଆମେ ଏବେ ଅଗ୍ନିପିଣ୍ଡ ଉପରେ ବସି ନିଜକୁ ସାନ୍ତ୍ବନା ଦେଉଛେ। ଅଧିକ ଖବର ପଢନ୍ତୁ...

environment problem
ଅନ୍ତହୀନ ଆଶାର ଦୁନିଆଁରେ ଆଗାମୀ ପିଢିଙ୍କ ପାଇଁ ପରିବେଶ ସୁରକ୍ଷାର ବାର୍ତ୍ତା
author img

By

Published : Jan 1, 2020, 3:14 PM IST

ହାଇଦ୍ରାବାଦ: ପରିବେଶ ସୁରକ୍ଷାର ସମୟ କଥାରେ ଅଛି ‘ଏବେ ନୁହେଁ ତ କେବେ ନୁହେଁ’- ଆସନ୍ତା କାଲିର ଭବିଷ୍ୟତ ଉପରେ ଥିବା କଳା ବାଦଲରୁ ରକ୍ଷା ପାଇବାର ସମୟ!! ସ୍ମୃତିର ପ୍ରେକ୍ଷାପଟରେ ଥିବା ମୌସୁମୀକୁ ଶେଷ କରୁଥିବା ବସନ୍ତ ଲୁପ୍ତ ହେବାରେ ଲାଗିଛି। ଆଗାମୀ ଦଶକ ଆଶାର ନୂତନ ସମ୍ଭାବନାକୁ ଜନ୍ମ ଦେଇଛି। ଅନ୍ତହୀନ ଆଶାର ଦୁନିଆଁ ଏକ ନୂତନ ଓ ଆଧୁନିକ ଦୁନିଆ ଆଡ଼କୁ ଯାତ୍ରା କରିବା ପାଇଁ ବନ୍ଧ ବାନ୍ଧିବାକୁ ଚେଷ୍ଟା କରୁଛି। ଏହି ପ୍ରକ୍ରିୟା ନୂତନ ଦୁନିଆ ଆଡ଼କୁ ମାର୍ଗ ପ୍ରଶସ୍ତ କରିବା ପାଇଁ ବିଗତ ବର୍ଷର ଭୁଲକୁ ସାମନା କରିବାର ଆହ୍ବାନକୁ ଦେବାରେ ଲାଗିଛି।

ଆସନ୍ତା କାଲିର ଭବିଷ୍ୟତ ଉପରେ କଳା ପରଦାରେ ଢାଙ୍କୁ ଥିବା ଆହ୍ବାନ କ’ଣ ?

ଏହା ସମାଧାନ କରିବାର ଉପାୟ କ’ଣ?

ମାନବ ଜାତି ନିଜେ ନିଜକୁ ନୂଆ ଶାନ୍ତିପୂର୍ଣ୍ଣ ନୂତନ ଦଶକ ପାଇଁ ଚେଷ୍ଟା କରିବା ପାଇଁ କିଭଳି ପ୍ରସ୍ତୁତି କରିପାରିବ ?

ବିଭିନ୍ନ ଆହ୍ବାନ ଉପରେ ଏକ ବିଶେଷ କାହାଣୀ ଯାହା ଆମକୁ ୨୦୨୦-୨୦୩୦ରେ ମିଳିବ। ଏଥିରେ କୌଣସି ସନ୍ଦେହ ନାହିଁ, ଆମେ ଏବେ ଅଗ୍ନିପିଣ୍ଡ ଉପରେ ବସି ନିଜକୁ ସାନ୍ତ୍ବନା ଦେଉଛେ। ଏହି ଅଗ୍ନିପିଣ୍ଡ କେବଳ ଗରମ ଓ ଏହା ଅଗ୍ନି ନୁହେଁ ଯାହା ଆମକୁ ଜଳାଉଛି!!!

ଆଗାମୀ ୧୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାକୁ ଆମେ କେତେ ସମର୍ଥ ? ପୃଥିବୀର ସବୁଜିମାକୁ ଆମେ କିଭଳି ରକ୍ଷା କରିବାକୁ ପଦକ୍ଷେପ ନେଉଛୁ ଓ ଆଗାମୀ ପିଢ଼ୀକୁ ବିପଦରେ ପକାଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ କିପରି ନିୟନ୍ତ୍ରିତ କରୁଛୁ ତାହା ବୁଝିବା ନିହାତି ଜରୁରୀ।

ଏବେ ଦେଖାଦେଉଥିବା କୌଣସି ପ୍ରକାରର ବିପର୍ଯ୍ୟୟର ଆମେ ପ୍ରାପ୍ତକର୍ତ୍ତା ନୁହଁନ୍ତି ବୋଲି ଅନୁଭବ କରାଯାଉଛି। ଏହି ଦିଗରେ ଆମେ ବହୁତ ସୁରକ୍ଷିତ ରହିଛେ। କିନ୍ତୁ, ଦୁର୍ଭାଗ୍ୟର କଥା ଏହା ସତ୍ୟ ନୁହେଁ। ବର୍ତ୍ତମାନ ସ୍ଥିତିରେ
ଆମେ ଏହାକୁ ଅସ୍ବୀକାର କରୁଥିଲେ ହେଁ, ଖୁବଶୀଘ୍ର ଏହି ଅରାଜକତା ଓ ଏହାର ପରିଣାମ ସମ୍ପର୍କରେ ଆମେ ଅନୁଭବ କରିବାର ଆବଶ୍ୟକତା ରହିଛି।

ନିକଟରେ ଅଭୁତପୂର୍ବ ମୁଷଳଧାର ବର୍ଷା ଯୋଗୁଁ ଚେନ୍ନାଇ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଇଥିଲା। ବନ୍ୟା ପରେ ସେଠାରେ ବୁନ୍ଦାଏ ପିଇବା ପାଣି ମିଳିନଥିଲା। ସମଗ୍ର ସହରକୁ ପିଇବା ପାଣି ଅଭାବ ମଧ୍ୟକୁ ଠେଲି ଦିଆଯାଇଥିଲା।

ଅଣ-ମୌସୁମୀ ବର୍ଷା ଯୋଗୁଁ ମୁମ୍ବାଇ ସହର ପାଣିରେ ଜଳାର୍ଣ୍ଣବ ହୋଇଯାଇଥିଲା। ଅପରପକ୍ଷରେ ଚାଷ କାମ ପାଇଁ ଆବଶ୍ୟକ ମାତ୍ରାରେ ବର୍ଷା ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଲଗାତର ବର୍ଷାଯୋଗୁଁ ସହର ଜଳମଗ୍ନ ହେବା ସହିତ ଡ୍ରେନ ବନ୍ଦ ହୋଇଯାଏ, ଯାହାଫଳରେ ମଶା ଭଳି ବିଭିନ୍ନ ରୋଗବାହକ କୀଟପତଙ୍ଗମାନଙ୍କର ପ୍ରଜନନ ହୋଇଥାଏ। ଏହାର ପରିଣାମସ୍ବରୂପ ଡେଙ୍ଗୁ,ହଇଜା ଓ ଅନ୍ୟାନ୍ୟ ଘାତକ ରୋଗ ହୋଇଥାଏ।

ଆପଣ ବିଶ୍ବାସ କରିବେ ନାହିଁ, ଏସବୁର କାରଣ ଅନ୍ୟକିଛି ନୁହେଁ କେବଳ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହା ହେଉଛି। ଏହି ଜଳବାୟୁ ପରିବର୍ତ୍ତନ ଓ ବଜାରରେ ପିଆଜ ଦର ବୃଦ୍ଧି ମଧ୍ୟରେ ସିଧାସଳଖ ଅନୁପାତିକ ସମ୍ପର୍କ ରହିଛି ବୋଲି କେବେ ଭାବି ପାରିବେ କି ? ପରିବେଶବିଜ୍ଞାନିଙ୍କ କହିବା ଅନୁସାରେ ଅନିୟମିତ ଜଳବାୟୁ ପରିବର୍ତ୍ତନ ସହିତ ଅସମୟରେ ଅଭୂତପୂର୍ବ ବର୍ଷା ଓ ଫସଲ କ୍ଷତିର ସିଧାସଳଖ ସମ୍ପର୍କ ରହିଛି। ଏହି ଅନିୟମିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପିଆଜ ଫସଲ ଉତ୍ପାଦନ କମିବାରେ ଲାଗିଛି। ଉତ୍ପାଦନରେ ହ୍ରାସ ଯୋଗୁଁ ପିଆଜର ବଜାର ଦର ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯାଇଛି।

ଆଗାମୀ ଦଶକର ଭୟାନକ ଚିତ୍ର !

ଗ୍ଲୋବାଲ ୱାର୍ମିଂ:

ପୃଥିବୀ ପୃଷ୍ଠର ତାପମାତ୍ରା ପ୍ରଥମରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଛି। ଯଦି ଏହା ଆଉ ଅଧିକ ୧ ଡିଗ୍ରୀ ଅର୍ଥାତ୍ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିପାଏ, ତେବେ ବରଫଖଣ୍ଡ ଓ ହିମାଳୟ ତରଳି ଯିବ। ଏହାର ପରିଣାମସ୍ବରୁପ ଉପକୂଳ ଅଞ୍ଚଳ ଜଳମଗ୍ନ ହେବାର ବଡ଼ ବିପଦ ସୃଷ୍ଟି ହେବ। ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏଭଳି ବଡ଼ ବିପଦ ଆସିବ। ବିଶ୍ବ ତାପମାତ୍ରା ସର୍ବାଧିକ ୧.୫ ଡିଗ୍ରୀରୁ ଯେପରି ଅଧିକ ନହେବ ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ।

ଜୈବିକ ଉଦ‍ଗୀରଣ:

କୋଇଲା ଓ ପେଟ୍ରୋଲିୟମ ଉତ୍ପାଦର ବହୁଳ ଉପଯୋଗ ସହିତ ପରିବେଶରେ କାର୍ବନ ଉଦ‌ଗୀରଣ ୩୦୦ ପିପିଏମରୁ ସର୍ବାଧିକ ୪୦୦ପିପିଏମକୁ ବୃଦ୍ଧି ହେଲାଣି। ଗ୍ଲୋବାଲ ୱାର୍ମିଂକୁ ବୃଦ୍ଧି କରୁଥିବା ଏହି ଉଦ‌ଗୀରଣ କିପରି ଦୂର
କରାଯାଇପାରିବ ତାହା ଚଳିତ ଦଶନ୍ଧୀର ଆହ୍ବାନ। ଏହି କାର୍ବନ ଉଦଗୀରଣକୁ ବନ୍ଦ କରିବା, ପରିବେଶରୁ ପୂର୍ବରୁ ଯାହା ଜମା ହୋଇ ରହିଛି ତାହାକୁ କିପରିନଷ୍ଟ କରାଯିବ ତାହା ବର୍ତ୍ତମାନର ସମସ୍ୟା। ଏହି କାର୍ବନ ସମୁଦ୍ରରେ ଘୋଳି ହୋଇ ମିଶିବା ପାଇଁ ୨୦୦ ବର୍ଷରୁ ଅଧିକ ସମୟ ଲାଗିବ। ଜଳବାୟୁ ପରିବର୍ତ୍ତନରୁ ରକ୍ଷା ପାଇବା ପାଇଁ ଉପାୟ ବାହାର କରିବା ଚଳିତ ଦଶକର ସବୁଠାରୁ ବଡ଼ ଆହ୍ବାନ।

ଆମେ କ’ଣ କରିପାରିବା ?

ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବିଗତ ୩ ଦଶକରୁ ଅଧିକ ସମୟ ଧରି ବିଶ୍ବର ସମସ୍ତ ଦେଶ ଓ ଅନ୍ତର୍ରାଷ୍ଟ୍ରୀୟ ସଂଗଠନଗୁଡ଼ିକ ଚେଷ୍ଠା କରୁଛନ୍ତି। ଏହା ୧୯୯୨ରେ ରିଓ ଧାର୍ମିକ ସମ୍ମେଳନୀ, ୨୦୧୬ର ପ୍ୟାରିସ‌ ସମ୍ମିଳନୀରୁ
ଆରମ୍ଭ ହୋଇଛି। ଏଥିପାଇଁ କେବଳ ସରକାରଙ୍କ ଦାୟିତ୍ବ ହେବା ଉଚିତ ନୁହେଁ। ଜନସାଧାରଣ ବ୍ୟକ୍ତିଗତ ସ୍ତରରେ ଜଳବାୟୁ ସମ୍ପର୍କରେ ସଚେତନ ହେବା ପାଇଁ ଆମର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଭାଙ୍ଗ ନାହିଁ.. ସେମାନଙ୍କୁ ତିଆରି କରିବାର ଚେଷ୍ଟା କର !! କାର୍ବନ ଉଦ‌ଗୀରଣକୁ ସମୁଳେ ବିନାଶ କରିବା ପାଇଁ ଗଛ ଓ ଜଙ୍ଗଲ ମହତ୍ତ୍ବପୂର୍ଣ୍ଣ । ତେଣୁ ଜଙ୍ଗଲର ସୁରକ୍ଷା କରାଯିବା ଉଚିତ।

ଜଙ୍ଗଲରେ ବର୍ତ୍ତମାନ ଥିବା ଗଛଗୁଡ଼ିକୁ ବନ୍ଦ କରିବା ଦରକାର। ଏଥିପାଇଁ ଆମେ ସମସ୍ତେ ଏହି ଘଟଣାକୁ ଏକ ଆନ୍ଦୋଳନରୂପରେ ଗ୍ରହଣ କରି ଅଂଶ ଗ୍ରହଣ କରିବା ଉଚିତ। କେବଳ ଗଛ ଲଗାଇ ଭୁଲିଯିବା ପରିବର୍ତ୍ତେ ଏହାର ଯତ୍ନନେବା ଉଚିତ। ଚାରା ଲଗାଇ ତାହା କିପରି ବୃକ୍ଷରେ ପରିଣତ ହେବ ସେ ଦିଗରେ ପଦକ୍ଷେପ ନେବା ଦରକାର।

ବିଜୁଳିକୁ ଗୁରୁତ୍ବ ଦିଅ କାର୍ବନ ଉଦ‌ଗୀରଣରେ ପେଟ୍ରୋଲ ଓ ଡିଜେଲ ଗାଡ଼ିର ବଡ଼ ସହଯୋଗ ରହିଛି। ସେଥିପାଇଁ ଚଳିତ ଦଶକରେ ଇଲେକ୍ଟ୍ରିକ ବାହନ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। କେତେକ କମ୍ପାନୀ ଆଗାମୀ ୨-୫ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଗାଡ଼ି ଉତ୍ପାଦନ ବନ୍ଦ କରିବା ପାଇଁ ଯୋଜନା ତିଆରି କରିଲେଣି। ସୌର ଓ ପବନ ସଂଶାଧନ ଆଡ଼କୁ ଦୁନିଆ ଅଗ୍ରସର ହେବାରେ ଲାଗିଛି।

କାର ବ୍ୟବହାର କମ‍ କରନ୍ତୁ

ନିଜ ଗାଡ଼ିକୁ ବ୍ୟବହାର କରିବା ପରିବର୍ତ୍ତେ ସାର୍ବଜନିକ ପରିବହନର ବ୍ୟବହାର କରିବା ଦରକାର। ୪-୫ଜଣ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ଥିବା କାରରେ ଏକୁଟିଆ ଯାତ୍ରା କରି ତେଲ ନଷ୍ଟ କରନ୍ତୁ ନାହିଁ। ସେହି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନଙ୍କୁ ଆପଣ ସାଙ୍ଗରେ ନେଇଯାଇପାରିବେ। ମୋଟର ଗାଡ଼ି ପରିବର୍ତ୍ତେ ଚାଲି ଚାଲି କିମ୍ବା ସାଇକେଲରେ ଯାଇହେବ। ସାର୍ବଜନିକ ପରିବହନ ସୁବିଧାକୁ ଅଧିକ ବ୍ୟବହାର ପାଇଁ ନୀତି ପ୍ରସ୍ତୁତ ହେବା ଦରକାର।

ଅଫିସ ନିକଟରେ ବାସସ୍ଥାନ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ଗାଡ଼ି ବ୍ୟବହାର କମାଇବା ପାଇଁ ଅଫିସ ନିକଟରେ
ବାସସ୍ଥାନ ହେବା ଉଚିତ। ଏହା ହେଲେ ଗାଡ଼ି ବ୍ୟବହାର କମିବା ସହିତ ପ୍ରଦୂଷଣ ହ୍ରାସ ପାଇବ।

ପରିବେଶ ଅନୁକୂଳ ଘର

ଘର ଓ କାର୍ଯ୍ୟାଳୟ ନିର୍ମାଣ ସମୟରେ ବାୟୁ ଚଳାଚଳ ନେଇ ଦୃଷ୍ଟି ଦିଅନ୍ତୁ। ଘର ଓ କାର୍ଯ୍ୟାଳୟକୁ ପରିବେଶ ଅନୁକୂଳ ଏଭଳି କରନ୍ତୁ ଯେପରି ବର୍ଷା ଜଳ ନଷ୍ଟ ବଦଳରେ ସଞ୍ଚୟ ହୋଇପାରିବ।

ପ୍ଲାଷ୍ଟିକ ମୁକ୍ତ

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବର୍ତ୍ତମାନ ପ୍ଲାଷ୍ଟିକ ମାମଲାରେ ବାରମ୍ବାର ବ୍ୟବହାର, ବ୍ୟବହାର ଉପଯୋଗୀ କରିବା, କମ ବ୍ୟବହାର କରିବା ସ୍ଳୋଗାନ ସହିତ ଏହା ବ୍ୟବହାର ନକରିବା ସ୍ଳୋଗାନ ଯୋଡ଼ି ହେବା ଉଚିତ।
ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ ଅଡ଼-ଇଭନ ନମ୍ବର ବିଶିଷ୍ଟ କାର ଚଳାଚଳ ପ୍ରଚଳନ ହୋଇଛି। କେତେକ ଦେଶରେ ପ୍ପଖୋଲା ରାସ୍ତା’ ନିୟମ ପ୍ରଚଳିତ ହୋଇଛି, ଏହାର ଅର୍ଥ ରାଜପଥରେ ଛୁଟିଦିନମାନଙ୍କରେ ଦିନରେ କିଛି ଘଣ୍ଟା ପାଇଁ ବାହନ ଚଳାଚଳ ବନ୍ଦ କରାଯାଉଛି। ଏହି ନିୟମକୁ ଦେଶର କିଛି ରାଜ୍ୟରେ ଧୀରେ ଧୀରେ ଲାଗୁ କରାଯାଉଛି।

ୟୁଏନର ଲକ୍ଷ୍ୟ

ଗ୍ରୀନ ହାଉସ ଗ୍ୟାସ ନିର୍ଗତକୁ ୨୦୩୦ ସୁଦ୍ଧା ୪୫ ପ୍ରତିଶତରୁ ୦ ପ୍ରତିଶତକୁ ୨୦୫୦ ସୁଦ୍ଧା ହ୍ରାସ କରିବାକୁ ସଂଯୁକ୍ତ ରାଷ୍ଟ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାହେଲେ ଗ୍ଲୋବାଲ ୱାର୍ମିଂକୁ କମ କରାଯାଇପାରିବ।

ଏହି ଅଭ୍ୟାସରେ ଅଂଶଧାରକ

ଦେଶ-୧୯୨
ସହର-୧୦,୪୫୫
କମ୍ପାନୀ-୩,୬୭୬
ନିବେଶକ-୧,୧୩୬
ସଂଗଠନ-୧,୩୨୩

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dafg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.