ETV Bharat / bharat

ଦିଲ୍ଲୀରେ ବଢୁଛି ପ୍ରଦୂଷଣ, ଫସଲ ନ ଜାଳିବାକୁ ଜାଭେଡକରଙ୍କ ଅପିଲ୍

author img

By

Published : Oct 15, 2020, 5:44 PM IST

ପୁଣି ବିପଦଜନକ ସ୍ଥିତିରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର । ଏପଟେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଶୀତଦିନ ଆରମ୍ଭରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି ।

ଫସଲ ନଜାଳିବାକୁ ଜାଭେଡକରଙ୍କ ଅନୁରୋଧ
ଫସଲ ନଜାଳିବାକୁ ଜାଭେଡକରଙ୍କ ଅନୁରୋଧ

ନୂଆଦିଲ୍ଲୀ: ପୁଣି ବିପଦଜନକ ସ୍ଥିତିରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର କହିଛନ୍ତି ଯେ ଶୀତଦିନେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି । ହିମାଳୟ ବାୟୁ, ଆର୍ଦ୍ରତା ଏବଂ ଉତ୍ତର ଭାରତରେ ଧୂଳି ପ୍ରଦୂଷଣ, ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି କରୁଛି । ପଞ୍ଜାବରେ ଫସଲ ଜାଳିବା ଘଟଣା ମଧ୍ୟ ବୃଦ୍ଧି ପାଇଛି।

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏପର୍ଯ୍ୟନ୍ତ 4 ପ୍ରତିଶତ ପ୍ରଦୂଷଣ ଫସଲ ଜଳିବା କାରଣରୁ ଏପରି ହୋଇଛି । ଦିଲ୍ଲୀରେ ବାୟୋମାସ୍ ମଧ୍ୟ ଜଳୁଛି । ଏହି ସମସ୍ତ କାରଣ ଗୁଡିକ ରାଜଧାନୀରେ ପ୍ରଦୂଷଣ ସଙ୍କଟକୁ ବଢାଇଦେଇଛି । ଏହି କାରଣରୁ ଫସଲ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ପରିବେଶ ମନ୍ତ୍ରୀ ନିବେଦନ କରିଛନ୍ତି।

ସରକାରୀ ତଥ୍ୟ ଦର୍ଶାଉଛି ଯେ ଗତ ବର୍ଷ ତୁଳନାରେ ପଞ୍ଜାବରେ ଫସଲ ଜାଳିବା ଘଟଣା 280 ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ପଞ୍ଜାବରେ ସେପ୍ଟେମ୍ବର 21 ରୁ ଅକ୍ଟୋବର 12 ମଧ୍ୟରେ 775 ଟି ଫସଲ ଜଳିବା ଘଟଣା ରିପୋର୍ଟ କରାଯାଇଥିଲା, ଯାହା ଚଳିତ ବର୍ଷ ସମାନ ସମୟ ମଧ୍ୟରେ 2,873 ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.