ETV Bharat / bharat

ରମେଶଙ୍କ ପ୍ରକୃତି ପ୍ରେମ, ନର୍ସରୀ ପାଲଟିଛି ଘର

ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ରମେଶ ସେଓ୍ବକାନୀ ନିଜ ଘରର ଗୋଟିଏ ଅଂଶକୁ ନର୍ସରୀର ରୂପ ଦେଇଛନ୍ତି । ଏହି ନର୍ସରୀରେ ବର୍ତ୍ତମାନ 350ରୁ 400 ଚାରା ଥିବାବେଳେ କେବେ କେବେ ଏମାନଙ୍କର ସଂଖ୍ୟା 1000 ଉପରକୁ ମଧ୍ୟ ଚାଲିଯାଏ । ରମେଶ ବର୍ତ୍ତମାନ ଯାଏ 3000 ଚାରା ଗଛ ନିଶୁଳ୍କ ବିତରଣ କରି ସାରିଛନ୍ତି ।

author img

By

Published : Jun 5, 2019, 3:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜୟପୁର: ଭିନ୍ନ ଲୋକଙ୍କର ଭିନ୍ନ ସଉକ ରହିଥାଏ । କାହାକୁ ଦର୍ଶନୀୟ ସ୍ଥାନ ବୁଲିବାକୁ ଭଲ ଲାଗେ ତ କାହାକୁ ସମାଜ ସେବା କରିବାରେ, କିନ୍ତୁ ଅନୁପ ଗଡରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ସବୁଠୁ ଅଧିକ ଗଛ ଲଗାଇବାକୁ ଭଲ ଲାଗେ ।

ପ୍ରକୃତିକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିବା ଏହି ବ୍ୟକ୍ତିଙ୍କ ନାମ ରମେଶ ସେଓ୍ବକାନୀ ହୋଇଥିବା ବେଳେ ସେ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ରମେଶଙ୍କ ଏହି ସଉକକୁ ଦେଖି ଭାରତ ବିକାଶ ପରିଷଦ ତାଙ୍କୁ ବିଭିନ୍ନ ସ୍ଥାନରେ ଗଛ ଲଗାଇବାର ଦାୟିତ୍ବ ଦେଇଛି ।

ରମେଶ ନିଜ ଘରର ଗୋଟିଏ ଅଂଶକୁ ନର୍ସରୀର ରୂପ ଦେଇଛନ୍ତି । ଏହି ନର୍ସରୀରେ ବର୍ତ୍ତମାନ 350ରୁ 400 ଚାରା ଗଛ ଥିବାବେଳେ କେବେ କେବେ ଏମାନଙ୍କର ସଂଖ୍ୟା 1000 ଉପରକୁ ମଧ୍ୟ ଚାଲିଯାଏ । ରମେଶ ଓ ତାଙ୍କର ସ୍ତ୍ରୀ ସୀମା ମିଶି ଗଛଗୁଡିକର ଯତ୍ନ ନେଇଥାନ୍ତି । ରମେଶଙ୍କ ଦିନର ଆରମ୍ଭ ଗଛଗୁଡିକୁ ପାଣିରୁ ହେବା ସହ ଗଛ ବିଷୟରେ ଚର୍ଚ୍ଚା କରିବା ତାଙ୍କ ଦିନଚର୍ଯ୍ୟାର ଅଂଶ ବୋଲି ରମେଶଙ୍କ ସ୍ତ୍ରୀ ସୀମା କହିଛନ୍ତି ।

ରମେଶଙ୍କୁ ପିଲାବେଳୁ ଗଛ ଲଗାଇବାର ଆଗ୍ରହ ଥବା ବେଳେ ଭାରତ ବିକାଶ ପରିଷଦର ସଚିବ ଥିବା ବେଳେ ପରିଷଦର ସଦସ୍ୟଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଅଭିଯାନ ଚଳାଇଛନ୍ତି । ରମେଶ ବର୍ତ୍ତମାନ ଯାଏ 3000 ଚାରା ଗଛ ନିଶୁଳ୍କ ବିତରଣ କରି ସାରିଛନ୍ତି ।

ଆଜି ବିଶ୍ବ ପରିବେଶ ଦିବସରେ ରମେଶଙ୍କ ଭଳି ଜଣେ ପ୍ରକୃତି ପ୍ରେମୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

ସ୍ଲଗ -ବଲାଗିଂର ଶିତଲ ଶଷ୍ଠି ପାଇଁ ପ୍ରସ୍ତୁତି ଚୁଡାନ୍ତରେ, ଏଥର ବିଭିନ୍ନ ଲୋକ ସାଂକ୍ୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ସହର
ରିପୋଟର ନାମ - ଶେଖ ମହମ୍ମଦ ୱାହିଦ 
ସ୍ଥାନ - ବଲାଙ୍ଗିର 
ତାରିଖ -୦୪-୦୬-୧୮
ଫରମାଟ -ପେକେଜ
ଏଙ୍କର-
ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ଶୁଭ ବିବାହ ପାଇଁ ଏବେ ସଜେଇ ହେଉଛି ବଲାଗିଂର ସହର । ଆସନ୍ତା ୬ ତାରିଖରେ ମାଁ ପାର୍ବତୀଙ୍କ ସହିତ ପ୍ରଭୁ ମହାଦେବଙ୍କ ଶୁଭ ପରିଣୟ ହେବାର ଥିବା ବେଲେ ଏଥିପାଇଁ ବଲାଗିଂର ସହରର ସବୁ ଆୟୋଜକ କମିଟୀ ମାନଙ୍କର ପ୍ରସ୍ତୁତି ଚୁଡାନ୍ତରେ ପହଞ୍ଚିଛି । ସେପଟେ ଶିବ ପାର୍ବତୀଙ୍କ ମାଁ ବାପା ସାଜିବାର ଭାଗ୍ୟ ପାଇଥିବା ପରିବାର ମଧ୍ୟ ଖୁସିରେ ବିଭୋର ଥିବା ବେଲେ ବିବାହ ପାଇଁ ସବୁ ସାମଗ୍ରୀ ଯୋଗଡ ସାରିଛନ୍ତି । ତେବେ ସବୁ ଶିତଲ ଶଷ୍ଠି କମିଟୀ ଏଥର ଆଲୋକ ସାଜ ସଜ୍ଜା ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଳୋକ କଳା ଗୁଡିକୁ ପ୍ରାଧାନ୍ୟ ଦେଇଛନ୍ତି । ଯାହାପାଇଁ ଶିତଲଶଷ୍ଠିରେ ଏଥର ବଲାଗିଂର ସହରରେ ପ୍ରବଲ ଜନ ସମାଗମ ହେବାର ଜଣା ପଡିଛି । 
ଭି ଓ ୧
ପବିତ୍ର ଶିତଲ ଶଷ୍ଠି ପାଇଁ ଏବେ ବଲାଗିଂର ସହର ସଜେଇ ହୋଇଛି । ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ଶୁଭ ବିବାହ ଆସନ୍ତା ୬ ତାରିଖରେ ଥିବା ବେଲେ ଏଥିପାଇଁ ବର ଓ କନ୍ୟା ପକ୍ଷ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଶିବ ପାର୍ବତୀଙ୍କ ମାଁ ବାପା ସାଜିଥିବାର ସୌଭାଗ୍ୟ ପାଇଥିବା ପରିବାର ଖୁସିରେ ବିଭୋର ହୋଇଛନ୍ତି । ଏବଂ ବିବାହ ପାଇଁ ଆବଶ୍ୟକ ଥିବା ସବୁ ସାମଗ୍ରୀ ସେମାନେ ଯୋଗାଡ କରି ସାରିଛନ୍ତି । ଏହି ଦେବ ବିବାହରେ ଯେମିତି କୌଣସି ଅଭାବ ଅନାଟନ ନଆସେ ତାପାଇଁ ବର ଓ କନ୍ୟା ପକ୍ଷଙ୍କୁ ସମସ୍ତେ ସାହାର୍ଯ୍ୟ ସହଯୋଗ ମଧ୍ୟ କରିଛନ୍ତି । ଏବଂ ବିବାହ ଯେମିତି ଧୁମ ଧାମରେ ହେବ ତାପାଇଁ ସବୁ ପ୍ରସ୍ତୁତି ସମସ୍ତେ କରିଛନ୍ତି । 
ବାଇଟ- ମନରଞ୍ଜନ ବେହେରା- ବରପକ୍ଷ
ବାଇଟ- ନିଲାଦ୍ରୀ ବେହେରା - ବରପକ୍ଷ
ଭି ଓ ୨ 
ବଲାଗିଂରରେ ଏଥର ମୋଟ ୯ଟି ଶିତଲ ଶଷ୍ଠି କମିଟୀ ବଡ ଧୁମ ଧାମରେ ଏହି ଦେବ ବିବାହ ସମ୍ପର୍ଣ୍ଣ କରିବା ପାଇଁ  ନିଜର ସବୁ ପ୍ରସ୍ତୁତିକୁ ଚୁଡାନ୍ତ ରୁପ ରେଖ ଦେଉଛନ୍ତି । ଯେଉଁଥିରେ ସୁଦପଡା, ରାଧାରାଣୀ ପଡା, ଏବିଏସଏସ ପଡା, ପେଲେସ ଲାଇନ , ଗାନ୍ଧି ନଗର ପଡା ଓ ବ୍ରାହ୍ମଣ ପଡା ଭଲି କମିଟୀ ମାନେ ବଡ ଧରଣର ଆୟୋଜନ କରୁଛନ୍ତି । ଲଗ୍ନ ଅନୁସାରେ ଅକ୍ଷିତୃତିୟାରେ ଥାଲ ଉଠିଲା ପରେ କାର୍ଡ ବଣ୍ଟନ ତଥା ନିମନ୍ତ୍ରଣ ସମସ୍ତେ ଦେଇ ସାରିଛନ୍ତି । ସେପଟେ ସବୁ କମିଟୀ ସୁନ୍ଦର ମଣ୍ଡପ ଓ ତୋରଣ ସହିତ ବିଭିନ୍ନ କଳାକୃତି ମାନ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି କରୁଛନ୍ତି । ତେବେ ଆସନ୍ତା ୬ ତାରିଖରେ ଶୁଭ ପରିଣୟ ଓ ୭ ତାରିଖରେ ହର ହର ମହାଦେବଙ୍କ ଘର ବାହୁଡା ହେବ । ଏବଂ ଏଥିପାଇଁ ବଲାଗିଂର ସହରରେ ତିନି ଦିନ ଧରି ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଲୋକ କଳା ନାଚ ଗିତ ଏଠି ଧୁମ ମଚାଇବ । 
ବାଇଟ- ଅନିଲ କୁମାର ସ୍ୱାଇଁ- ସଦସ୍ୟ ଆୟୋଜକ,ବ୍ରାହ୍ମଣ ପଡା ଶିତଲ ଶଷ୍ଠୀ ପୂଜା କମିଟୀ
ବାଇଟ- କିଶୋର ଦଣ୍ଡ ସେନା - ସଭାପତି ଗାନ୍ଧିନଗର ପଡା ଶିତଲ ଶଷ୍ଠି ପୂଜା କମିଟୀ
ଏଫ ଭି ଓ 
ବଲାଗିଂର ସହର ଏଥର ଶିତଳ ଶଷ୍ଠିରେ ଉତ୍ସବ ମୁଖରିତ ହେବାର ଥିବା ବେଲେ ପ୍ରବଲ ଜନ ସମାଗମ ମଧ୍ୟ ହେବାର ଜଣା ପଡିଛି । ଯାହାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯିବା ପାଇଁ ସବୁ ପ୍ରସ୍ତୁତି ସରିଥିବାର ଜଣା ପଡିଛି ।
visual by mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.