ETV Bharat / bharat

ଅଟଳ ଟନେଲରେ ଯାଇପାରିବନି ଡିଜେଲ-ପେଟ୍ରୋଲ ବୋଝେଇ ଟ୍ୟାଙ୍କର - atal tunnel

ଶନିବାର ଉଦ୍‌ଘାଟନ ହେବାପରେ ଅଟଳ ଟନେଲ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ସାଧାରଣ ଜନତାଙ୍କ ପାଇଁ ଅଟଳ ଟନେଲ ଖୋଲିବା ସହିତ ବିଆରଓ ପକ୍ଷରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି।

ଅଟଳ ଟନେଲରେ ଯାଇପାରିବନି ଡିଜେଲ-ପେଟ୍ରୋଲ ବୋଝେଇ ଟ୍ୟାଙ୍କର

author img

By

Published : Oct 4, 2020, 9:57 PM IST

ଶିମଲା: ଶନିବାର ଉଦ୍‌ଘାଟନ ହେବାପରେ ଅଟଳ ଟନେଲ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଦିନରେ 250 ରୁ ଅଧିକ ଛୋଟ ଏବଂ ବଡ ଗାଡି ଟନେଲ ଦେଇ ଗତି କରିଥିଲା । ରବିବାର ଦିନ ମଧ୍ୟ ଅନେକ ଲୋକ ଟନେଲ୍ ଦେଖିବାକୁ ଏକତ୍ରିତ ହୋଇଥିଲେ । ସାଧାରଣ ଜନତାଙ୍କ ପାଇଁ ଅଟଳ ଟନେଲ ଖୋଲିବା ସହିତ ବିଆରଓ ପକ୍ଷରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଯାନ ପାଇଁ ଟନେଲ ଖୋଲାଯାଇଛି, କିନ୍ତୁ ଡିଜେଲ-ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଗୁଡ଼ିକୁ ଟନେଲ ଦେଇ ଯିବାକୁ ଅନୁମତି ଦିଆଯାଇନାହିଁ । ତେବେ ଜରୁରୀକାଳୀନ ପରିସ୍ଥିତିରେ ସେମାନେ ବିଆରଓରୁ ଅନୁମତି ନେଇ ଟନେଲ ଦେଇ ଯାଇପାରିବେ ବୋଲି କୁହାଯାଇଛି ।

ଏହା ବ୍ୟତୀତ ଟନେଲରୁ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ଟ୍ରାଫିକ ବନ୍ଦ ରହିବ। ଏଥି ସହିତ ପେଟ୍ରୋଲ ଏବଂ ଡିଜେଲ ଟ୍ୟାଙ୍କର୍ ଏବଂ ଏଲପିଜି ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଟନେଲ ମାଧ୍ୟମରେ ଚଳାଚଳ ହେବ ନାହିଁ।

10140 ଫୁଟ ଉଚ୍ଚରେ ନିର୍ମିତ ଟନେଲରେ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ବିଆରଓ ଏବଂ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂତନ ନିୟମ ଅନୁଯାୟୀ, ପ୍ରତିଦିନ ସକାଳ 9 ରୁ 10 ଟା ଏବଂ ସନ୍ଧ୍ୟା 4 ରୁ 5 ଟା ମଧ୍ୟରେ ଟନେଲରୁ ଟ୍ରାଫିକ ବନ୍ଦ ରହିବ। ଟନେଲର ସୁରକ୍ଷା ପାଇଁ ଉତ୍ତର ପୋର୍ଟାଲରେ ଲାହଲ-ସ୍ପିଟି ଏବଂ ଦକ୍ଷିଣ ପୋର୍ଟାଲରେ କୁଲୁ ପୋଲିସ ନିୟୋଜିତ ହେବେ। ପୋଲିସ ବ୍ୟତୀତ ଅଗ୍ନିଶମ ବିଭାଗର ଏକ ସ୍କ୍ବାର୍ଡ ମଧ୍ୟ ନିୟୋଜିତ କରାଯିବ।

ଯେଉଁମାନେ ଅଟଳ ଟନେଲ ଅତିକ୍ରମ କରୁଛନ୍ତି ସେମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ । ଟନେଲ ଭିତରେ ଗାଡି ଅଟକାଇବା ମଧ୍ୟ ନିଷେଧ । ଟନେଲ ଭିତରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ପୋଲିସ ତଦାରଖ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.