ETV Bharat / bharat

CAA,NRC ଓ NPRକୁ ବିରୋଧ: ଜାଫରାବାଦ, ମୌଜପୁର-ବାବରପୁର ମେଟ୍ରୋ ଷ୍ଟେସନ ବନ୍ଦ - ମୌଜପୁର-ବାବରପୁର ମେଟ୍ରୋ

ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ଦିଲ୍ଲୀର ଜାଫରାବାଦରେ ଆରମ୍ଭ ହୋଇଛି ବିରୋଧ ପ୍ରଦର୍ଶନ । ସେପଟେ ସୁରକ୍ଷା ଦୃଷ୍ଟି ବନ୍ଦ ହେଲା ଜାଫରାବାଦ ଓ ମୌଜପୁର-ବାବରପୁର ମେଟ୍ରୋ ଷ୍ଟେସନ ।

jaffrabad-babarpur metro station closed
ମୌଜପୁର-ବାବରପୁର ମେଟ୍ରୋ ଷ୍ଟେସନ ବନ୍ଦ
author img

By

Published : Feb 24, 2020, 10:40 AM IST

ନୂଆଦିଲ୍ଲୀ: ଶାହୀନବାଗ ପରେ ଜାଫରାବାଦରେ ସିଏଏ ବିରୋଧୀ ଆନ୍ଦୋଳନ ଯୋଗୁଁ ବନ୍ଦ ହେଲା ଜାଫରାବାଦ ଓ ମୌଜପୁର-ବାବରପୁରର ମେଟ୍ରୋ ଷ୍ଟେସନ । ଗତ ରବିବାର ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ନିଆଯାଇଛି ଏପରି ନିଷ୍ପତ୍ତି ।

ମୌଜପୁର-ବାବରପୁର ମେଟ୍ରୋ ଷ୍ଟେସନ ବନ୍ଦ

ସୂଚନା ଅନୁଯାୟୀ, ଜାଫରାବାଦ ଓ ଚାନ୍ଦବାଗ ଅଞ୍ଚଳରେ ଗତ ରବିବାର ଠାରୁ ଆନ୍ଦୋଳନ ଜାରି ରହିଛି । ନାଗରିକତା ସଂଶୋଧନ ଆଇନ (ସିଏଏ), ଏନଆରସି, ଏନପିଆରକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦ୍ବିତୀୟ ଦିନ ପାଇଁ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ବନ୍ଦ ରହିଛି । ଗତକାଲି ଆନ୍ଦୋଳନ ସମୟରେ ପଥର, ଟେକା ଫିଙ୍ଗାଫିଙ୍ଗି କରାଯାଇଥିଲା। ଯାହାକୁ ନେଇ ପୋଲିସ ପକ୍ଷରୁ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଷ୍ଟେସନକୁ ବନ୍ଦ ରଖାଯାଇଛି । ବର୍ତ୍ତମାନ ପରିସ୍ଥିତି କୋହଲା ପାଗ ଯୋଗୁଁ ଶାନ୍ତ ରହିଛି ।

ଅନ୍ୟପଟେ, ଆନ୍ଦୋଳନକୁ ନଜରରେ ରଖି ଜାଫରବାଦ ମେଟ୍ରୋ ଷ୍ଟେସନରେ କଡା ସୁରକ୍ଷା ବଳୟରେ ରହିଛି। ‘ନୋ ଏନଆରସି’ ଟୋପି ପିନ୍ଧି ମହିଳମାନେ ଧାରଣା ଦେବା ସହ ଜାତୀୟ ପତାକା ଧରି ଆଜାଦିର ନାରା ଲଗାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.