ETV Bharat / bharat

ଆଜିଠୁ ଜେଇଇ ମେନ ପରୀକ୍ଷା, ସରିଲା ପ୍ରଥମ ସିଟିଂ - ଜେଇଇ ମେନ ପରୀକ୍ଷା

କୋରୋନା କଟକଣାରେ ଆରମ୍ଭ ହୋଇଛି ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) । ପ୍ରଥମ ସିଟିଂ ସକାଳ 9ଟାରୁ 12 ପରେ ଅପରାହ୍ନ 3 ପରେ ଦ୍ବିତୀୟ ସିଟିଂ ଆରମ୍ଭ ହେବ । ଅଧିକ ପଢନ୍ତୁ...

କୋରୋନା କଟକଣାରେ ଆରମ୍ଭ ହୋଇଛି ଜେଇଇ ମେନ ପରୀକ୍ଷା

author img

By

Published : Sep 1, 2020, 11:50 AM IST

Updated : Sep 1, 2020, 12:56 PM IST

ନୂଆଦିଲ୍ଲୀ : କୋରୋନା କଟକଣାରେ ସାରା ଦେଶରେ ଜେଇଇ ମେନ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମିଳିତ ପ୍ରବେଶିକା ପରୀକ୍ଷା 9,53,743 ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ପରୀକ୍ଷାର୍ଥୀଙ୍କ ନିରପତ୍ତା ଓ ସୁସ୍ଥତାକୁ ଗୁରୁତ୍ବ ଦେଇ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍ପଷ୍ଟ କରିଛନ୍ତି ।

କୋଭିଡକୁ ନଜରରେ ରଖି ପରୀକ୍ଷା ସମୟରେ ଏକ ଗାଇଡଲାଇନ ମଧ୍ୟ ଜାରି ହୋଇଛି । ଯେଉଁଥିରେ ଛାତ୍ରଛାତ୍ରୀମାନେ ମୁହଁରେ ମାସ୍କ ,ସାମାଜିକ ଦୂରତା ପାଳନ କରିବାକୁ ପଡିବ । ଏଥିସହ ପରୀକ୍ଷା ସମୟରେ ନିଜର ପାଣି ବୋତଲ ଓ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଆଣି ଆସିବାକୁ ପଡିବ ।

JEE ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 6 ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET) - ଡାକ୍ତରୀ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା - ସେପ୍ଟେମ୍ବର 13 ରେ ଅନୁଷ୍ଠିତ ହେବ । ସୋମବାର ସନ୍ଧ୍ୟା 6 ଟା ସୁଦ୍ଧା 12.75 ଲକ୍ଷରୁ ଅଧିକ ଛାତ୍ର NEET (ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା) ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିଛନ୍ତି । ଆହୁରି 7.78 ଲକ୍ଷ ଛାତ୍ର JEE (ମିଳିତ ପ୍ରବେଶିକା ପରୀକ୍ଷା) ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ ।

ପରୀକ୍ଷା ଦୁଇଟି ସିଟିଂରେ ଆରମ୍ଭ ହୋଇଛି । ପ୍ରଥମ ସିଟିଂ ସକାଳ 9ଟାରୁ ଆରମ୍ଭ ହୋଇ 12ଟା ସରିଛି । ଏଥିପାଇଁ ପରୀକ୍ଷାର୍ଥୀମାନେ ସକାଳ 7ଟା 40 ମିନିଟରେ ପହଞ୍ଚି ରିପୋର୍ଟିଂ କରିଛନ୍ତି । ସେଣ୍ଟରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଦ୍ବିତୀୟ ସିଟିଂ ଅପରାହ୍ନ 3ଟା ସମୟରେ ଆରମ୍ଭ ହୋଇ 6ଟା ସରିବ ।

Last Updated : Sep 1, 2020, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.