ETV Bharat / bharat

କୋରୋନା ତାଣ୍ଡବ, ଜଣକୁ ଛାଡି ଗାଁର ସମସ୍ତ ଲୋକ ସଂକ୍ରମିତ

ଗୋଟିଏ ଗ୍ରାମରେ ମାତ୍ର ଜଣକୁ ଛାଡି ଗାଁରେ ବସବାସ କରୁଥିବା ସମସ୍ତ ଲୋକେ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନା ତାଣ୍ଡବ, ଜଣକୁ ଛାଡି ଗାଁର ସମସ୍ତ ଲୋକ ସଂକ୍ରମିତ
କୋରୋନା ତାଣ୍ଡବ, ଜଣକୁ ଛାଡି ଗାଁର ସମସ୍ତ ଲୋକ ସଂକ୍ରମିତ
author img

By

Published : Nov 20, 2020, 12:01 PM IST

ସିମଲା: ହିମାଚଳ ପ୍ରଦେଶ ଲାହାଉଲର ଥୋରାଙ୍ଗ ଗ୍ରାମରେ କୋରୋନା ତାଣ୍ଡବ । ଗାଁର ମାତ୍ର ଗୋଟିଏ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତ ବ୍ୟକ୍ତି କୋରୋନା ସଂକ୍ରମିତ ଅଟନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି 52 ବର୍ଷୀୟ ଭୂଷଣ ଠାକୁର । ତେବେ ଏଠାରେ କିଛି ଦିନ ତଳେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ପାଇଁ ଅନେକ ଲୋକ ଏକାଠି ହୋଇଥିଲେ ଏବଂ ଏହି ଠାରୁ ହିଁ କୋରୋନାର ଗୋଷ୍ଠୀ ସଂକ୍ରମଣ ଘଟିଥିବା କୁହାଯାଉଛି । ରାଜ୍ୟର ଜନସଂଖ୍ୟା ଦୃଷ୍ଟି କୋଣରୁ ବିଚାର କଲେ ଲାହାଉଲ ଜିଲ୍ଲା କୋରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ରୋହତାଙ୍ଗ ଟନେଲ ନିକଟସ୍ଥ ତେଲିଙ୍ଗ ନୁଲ୍ଲାହରେ ପର୍ଯ୍ୟଟକଙ୍କ ଯିବା ଆସିବାରେ ରୋକ ଲଗାଯାଇଛି । ଲାହାଉଲ ଅଞ୍ଚଳରେ ମଧ୍ୟ ପ୍ରବେଶ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ରୋହତଙ୍ଗ ଟନେଲ ପାଖାପାଖି ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ମନାଲି-ଲେହ ଜାତୀୟ ରାଜପଥ ଅନ୍ତର୍ଗତ ଥୋରାଙ୍ଗ ଗାଁରେ ପାଖାପାଖି 42 ଜଣ ଲୋକ ବସବାସ କରନ୍ତି । ଶୀତ ଦିନ ସମୟରେ ଅଧିକାଂଶ ଲୋକ କୁଲୁକୁ ସ୍ଥାନାନ୍ତରିତ ହୋଇଥାନ୍ତି । ଏଣୁ କୁଲୁରେ ରହିବାକୁ ଯେତେବେଳେ ସମସ୍ତ ଲୋକ ସ୍ବେଚ୍ଛାକୃତ ଭାବେ ନିଜର କୋରୋନା ଟେଷ୍ଟ କରାଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ଜଣକୁ ଛାଡି ଅନ୍ୟ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ରିପୋର୍ଟ ନେଗେଟିଭ ଥିବା ଭୂଷଣ କହିଛନ୍ତି, ମତେ ଛାଡି ମୋ ପରିବାରର ସମସ୍ତ ସଦସ୍ୟ କୋରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଣୁ ମୁଁ ବର୍ତ୍ତମାନ ଅଲଗା କୋଠରୀରୀ ରହୁଛି । କୋଭିଡ ସମ୍ପର୍କିତ ସମସ୍ତ କଟକଣା କଡାକଡି ଭାବେ ଅବଲମ୍ବନ କରୁଛି । ଲୋକମାନେ କୋରୋନାକୁ ହାଲୁକା ଭାବେ ନେବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ କେବଳ ଥୋରାଙ୍ଗ ନୁହେଁ ସ୍ପିଟି ଗାଁରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ 856 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.