ETV Bharat / bharat

ଜେଲରେ ପରିଣତ ହୋଇଛି ସମଗ୍ର ଜମ୍ମୁକାଶ୍ମୀର: ମେହେବୁବା ମୁଫତି - former cm of jk Mehbooba Mufti

କେନ୍ଦ୍ର ସରକାର ଆଣିଥିବା ଲ୍ୟାଣ୍ଡ ବିଲକୁ ପିଡିପି ସମର୍ଥକ ମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା ବେଳେ ତାଙ୍କୁ ଜୋର ଜହବରଦସ୍ତ ପୋଲିସ ଉଠାଇ ନେଇଥିବା ଅଭିଯୋଗ ଆଣିଲେ ମେହେବୁୁବା ମୁଫତି । ଅଧିକ ପଢନ୍ତୁ...

ଜେଲରେ ପରିଣତ ହୋଇଛି ସମଗ୍ର ଜମ୍ମୁକାଶ୍ମୀର: ମେହେବୁବା ମୁଫ୍ତି

author img

By

Published : Oct 29, 2020, 7:22 PM IST

ଶ୍ରୀନଗର: କେନ୍ଦ୍ର ସରକାର ଆଣିଥିବା ଲ୍ୟାଣ୍ଡ ବିଲକୁ ପିଡିପି ସମର୍ଥକ ମାନେ ଶାନ୍ତିପୁର୍ଣ୍ଣ ଭାବେ ବିରୋଧ କରୁଥିବା ବେଳେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ । ଏପରି ଅଭିଯୋଗ ଆଣିଛନ୍ତି ପିଡିପି ମୁଖ୍ୟ ତଥା ଜାମ୍ମୁକାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ।

ଜେଲରେ ପରିଣତ ହୋଇଛି ସମଗ୍ର ଜମ୍ମୁକାଶ୍ମୀର: ମେହେବୁବା ମୁଫ୍ତି

ସେ କହିଛନ୍ତି ଯେ ପୋଲିସ ଉଠାଇ ନେଇଥିବା କର୍ମୀ ମାନଙ୍କ ସହ ଆଲୋଚନା କରିବା ପାଇଁ ତାଙ୍କୁ ଛଡା ଯାଉନାହିଁ । ସେହିପରି ସେ କହିଛନ୍ତି ଯେ କେନ୍ଦ୍ର ସରକାର କାଶ୍ମୀରକୁ ଏକ ଜେଲର ପରିଣତ କରିସାରିଲେଣି କାଶ୍ମରୀରେ ଏବେ ସାଧାରଣ ଜନତା ଓ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ କଥା କହିବାର ଅଧିକାର ହରାଇଛନ୍ତି ସେ ଅଭିଯୋଗ କରିଛନ୍ତି । ।

ରାଜ୍ୟ ବ୍ୟାପି କେନ୍ଦ୍ର ଆଣିଥିବା ଲ୍ୟାଣ୍ଡ ବିଲକୁ ବିରୋଧ କରାଯାଉଥିବା ବେଳେ କେନ୍ଦ୍ର ଦମନମୂଳକ ନୀତି ଅବଲମ୍ବନ କରି ଏହାକୁ ଚପାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ନିକଟରେ ଏହି ବିଲକୁ ବିରୋଧ କରି ଶ୍ରୀନରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ସାମ୍ନାରେ ପିଡିପି କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଇଥିଲା ପୋଲିସ । ଏହା ସହ ଉତ୍ତେଜନା ସୃଷ୍ଟି କଲାଭଳି କାର୍ଯ୍ୟକଳପ ଅଭିଯୋଗରେ କାଶ୍ମୀରର 6ଟି ଏନଜିଓ ଓ ଟ୍ରଷ୍ଟ ଉପରେ ମଧ୍ୟ ଚଢାଉ କରିଛି ଏନଆଇଏ ।

କେନ୍ଦ୍ର ଦ୍ବାରା ଏହି ବିଲ ପାରିତ ହେବା ପରେ ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଏହାକୁ ବିରୋଧ କରାଯାଉଛି । ଏହି ବିଲର ଦେଶର ଅନ୍ୟ ରାଜ୍ୟର ଲୋକ ଜମ୍ମୁ କାଶ୍ମୀରରେ ଜମି କିଣିପାରିବା ନେଇ ପ୍ରବଧାନ ରହିଛି । ଯାହା ପୂର୍ବରୁ ବୈଧ ନଥିଲା । ଧାରା 370 ହଟାଯିବା ପରେ ଏହା ପଦକ୍ଷପ ଉପରେ ବିଚାର ଆରମ୍ଭ କରିଥିଲେ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.