ETV Bharat / bharat

ଚାଇନିଜ ଆପ୍ ବ୍ୟାନ୍: ଭାରତରେ କିପରି ହେବ ଲାଗୁ

author img

By

Published : Jul 1, 2020, 12:31 AM IST

ଭାରତରେ ଏସବୁ ଆପ୍ ମଧ୍ୟରୁ ଟିକଟକରେ ସବୁଠାରୁ ଅଧିକ 120 ମିଲିୟନ ଫଲୋୟର୍ସ ଥିଲେ । ସେହିପରି କ୍ଲବ୍ ଫ୍ୟାକ୍ଟ୍ରିର 100, କ୍ୟାମ୍ ସ୍କାନରର 100, ୟୁସି ବ୍ରାଉଜରର 130 ମିଲିୟନ ଫଲୋୟର୍ସ ରହିଛନ୍ତି । ଅଧିକ ପଢନ୍ତୁ...

ଚାଇନିଜ ଆପ୍ ବ୍ୟାନ୍: ଭାରତରେ କିପରି ହେବ ଲାଗୁ
ଚାଇନିଜ ଆପ୍ ବ୍ୟାନ୍: ଭାରତରେ କିପରି ହେବ ଲାଗୁ

ହାଇଦ୍ରାବାଦ: ସୋମବାର ଚୀନ ବିରୋଧରେ ଭାରତ ସରକାର କଡା ପଦକ୍ଷେପ ନେଇଛନ୍ତି । ଭାରତରେ ଥିବା ଏହାର 59ଟି ଆପ୍ ବ୍ୟାନ କରାଯାଇଛି । ଏଥିରେ ଲୋକପ୍ରିୟ ସର୍ଟ ଭିଡିଓ ଆପ୍ ଟିକଟକ୍, ୟୁସି ବ୍ରାଉଜର, ସେୟାର ଇଟ୍ ପ୍ରଭୃତି ରହିଛି । ଏହି ବ୍ୟାନ୍ ସୂଚନା ଓ ପ୍ରଯୁକ୍ତି ଆକ୍ଟ 2000ର ଧାରା 69ଏ ଅଧୀନରେ ଲାଗୁ ହୋଇଛି । ଏହା ଅଧୀନରେ ସର୍ବସାଧାରଣ ବ୍ୟବହାର ପାଇଁ କୌଣସି ବି ତଥ୍ୟକୁ କମ୍ପୁଟର ଦ୍ବାରା ନେବା ଉପରେ ବ୍ଲକ୍ ଲଗାଯାଇପାରିବ ।

ଏହି ବ୍ୟାନ ନିର୍ଦ୍ଦେଶ ପାଇବା ମାତ୍ରେ ଗୁଗଲ(ଆଣ୍ଡ୍ରଏଡ୍) ଏବଂ ଆପଲ୍ ପକ୍ଷରୁ 59ଟି ଆପ୍ ପ୍ଲେ ଷ୍ଟୋରରୁ ଡିଲିଟ୍ କରାଯିବ । ସେହିପରି ଆଇଓଏସ ଆପ୍ ଷ୍ଟୋରରୁ ମଧ୍ୟ ଏହା ଡିଲିଟ୍ ହେବ । ଭାରତୀୟ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସର୍ଭିସ ସହ ମଧ୍ୟ ସରକାରୀ ଅଧିକାରୀ ମାନେ କଥାବାର୍ତ୍ତା ଆରମ୍ଭ କରିସାରିଛନ୍ତି । ଏହି ଆପ୍ ଦ୍ବାରା ଯାଉଥିବା ସମସ୍ତ ଡାଟା ଟ୍ରାଫିକକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏହାଦ୍ବାରା ଥରେ ଏହା କାର୍ଯ୍ୟକାରୀ ହେଲେ ଆପ୍ ସବୁ ସ୍ବୟଂଚାଳିତ ଭାବେ ଅକର୍ମଣ୍ୟ ହୋଇପଡିବେ ଅଥବା କାର୍ଯ୍ୟକ୍ଷମ ହେବେ ନାହିଁ ।

ଭାରତରେ ଏସବୁ ଆପ୍ ମଧ୍ୟରୁ ଟିକଟକରେ ସବୁଠାରୁ ଅଧିକ 120 ମିଲିୟନ ଫଲୋୟର୍ସ ଥିଲେ । ସେହିପରି କ୍ଲବ୍ ଫ୍ୟାକଟ୍ରିର 100, କ୍ୟାମ୍ ସ୍କାନରର 100, ୟୁସି ବ୍ରାଉଜରର 130 ମିଲିୟନ ଫଲୋୟର୍ସ ରହିଛନ୍ତି । ତେବେ ଏହି ନିଷ୍ପତ୍ତି ଭାରତର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ଇଣ୍ଟରନେଟ୍ ଷ୍ଟାର୍ଟ ଅପ୍ ପାଇଁ ସମସ୍ୟା ସୃଷ୍ଟି କରିବ । କାରଣ ଚୀନର କମ୍ପାନୀ ଥିବାରୁ ଭାରତୀୟ ଇଣ୍ଟରନେଟ୍ ସର୍ଭିସରେ ଅଧିକ ନିବେଶ ଚୀନର ଥିଲା । ଭାରତରେ ନିକଟ ଅତୀତରେ ଏହାଦ୍ବାରା ଅନେକ ଲାଭ ମିଳିଥିଲା । ବିଜିନେସରେ ଦେଶକୁ ବହୁତ ଭଲ ଟେକ୍ନୋଲୋଜି ମିଳିଥିବାବେଳେ ସରକାର ମଧ୍ୟ ଉତ୍ତମ ରାଜସ୍ବ ଆୟ କରିଥିଲେ ।

ଟେକ୍ଲୋଲୋଜିରେ ଦେଶର ଆଡଭାନ୍ସ ବ୍ୟବସ୍ଥାରେ ଚୀନ୍ ଆପମାନଙ୍କର ପ୍ରମୁଖ ଭୂମିକା ଥିଲା । ଗତବର୍ଷ ଶେଷ ସୁଦ୍ଧା ଭାରତର ପ୍ରାୟ 31ଟି ପ୍ରମୁଖ କମ୍ପାନୀରେ ଚୀନ୍ ନିବେଶ କରିଥିଲା । ଓଲା, ଜୋମାଟୋ, ପେଟିଏମ୍ ଭଳି ଆପରେ ଚୀନ୍ ନିବେଶ କରିବା ସହ ଏହାକୁ ନିୟନ୍ତ୍ରଣ କରିଥିଲା । ଚୀନ୍ କମ୍ପାନୀ ଏ ସମସ୍ତ ଆପରେ ନିଜର ଅର୍ଥ ବିନିଯୋଗ କରିଥିଲେ । ଦୁଇବର୍ଷ ମଧ୍ୟରେ ଚୀନ୍ କମ୍ପାନୀଙ୍କ ନିବେଶ ପ୍ରାୟ 9.7 ଗୁଣା ବୃଦ୍ଧି ପାଇଛି । ଭାରତୀୟ ମାର୍କେଟରେ ପ୍ରାୟ 8 ବିଲିୟନ ଡଲାର ନିବେଶ କରିଛନ୍ତି ଚୀନ୍ କମ୍ପାନୀ । ଏପ୍ରିଲ 29 ସୁଦ୍ଧା ଭାରତରେ ଟିକଟକ୍ କମ୍ପାନୀର 600 ମିଲିୟନ ଡାଉନଲୋଡ୍ସ ଥିଲେ ଯେବେକି ପୁରା ବିଶ୍ବରେ ଏହାର ଅଧାରୁ କମ ଡାଉନଲୋଡ୍ ରହିଛି ।

ବ୍ୟାନ୍ ଆପ୍ ମଧ୍ୟରେ ଟ୍ବିଟର ଭଳି ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ ୱିବୋ ରହିଛି । ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଆକାଉଣ୍ଟ ରହିଛି ଏବଂ ଏହାର 2 ଲକ୍ଷ 40 ହଜାର ଫଲୋୟର୍ସ ଅଛନ୍ତି । ତେବେ ବ୍ୟାନ୍ ଆପ୍ ମଧ୍ୟରେ ଅନେକ ନିଜସ୍ବ କମ୍ପାନୀ ନୁହେଁ । ଏଥିରେ କିଛି ପ୍ୟାରେଣ୍ଟ କମ୍ପାନୀ ମଧ୍ୟ କ୍ଷତି ସହିଛନ୍ତି । ଯେପରି ଟିକଟକର ମୂଳ କମ୍ପାନୀ ବାଇଟଡ୍ୟାନ୍ସ ବ୍ୟାନ୍ ହୋଇନାହିଁ । ସେହିପରି ଆଲିବାବା ଗ୍ରୁପର ୟୁସି ବ୍ରାଉଜର ବ୍ୟାନ୍ ହୋଇଛି । ଏହିସବୁ ଆପ୍ ବ୍ୟାନ ଦ୍ବାରା କମ୍ପାନୀ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ପ୍ରଭାବ ପଡିଛି । ଭାରତରେ ବାଇଟଡ୍ୟାନ୍ସର 1 ବିଲୟନ ଡଲାରର ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା ଯାହା ଏବେ ଟିକଟକ୍ ବ୍ୟାନ୍ ପରେ ସଙ୍କଟରେ ପଡିଛି ।

ବେଜିଂ କମ୍ପାନୀ ବାଇଟଡ୍ୟାନ୍ସ ପାଇଁ ଭାରତରେ ଟିକଟକ୍ ସବୁଠୁ ଲାଭଦାୟକ ବିଜିନେସ୍ ଥିଲା । କାରଣ ଏହାର ପ୍ରବଳ ଡାଉନଲୋଡ୍ ହୋଇଥିଲା । ନିଜ ପ୍ଲାଟଫର୍ମରେ ଛୋଟ ଛୋଟ କମେଡି, ଟ୍ରାଜେଡି ଭିଡିଓ ବନାଇବାର ସୁଯୋଗ ଦେଇଥିଲା କମ୍ପାନୀ । ଯାହା ଅଧିକ ଲୋକପ୍ରିୟ ହୋଇଥିଲା । ଗତ ଏପ୍ରିଲରେ ଏହା କେବଳ 2 ମିଲିୟନ ଡାଉନଲୋଡ୍ ପାର କରିଥିଲା । ଲକଡାଉନରେ ଏହାର ଚାହିଦା ଦ୍ରୁତ ଗତିରେ ବଢିଥିଲା । ଏକ ଆକଳନ ଅନୁସାରେ 2014 ପରେ ଏହି ବ୍ୟାନ୍ ଆପ୍ ପ୍ରାୟ 4.9 ବିଲିୟନ ଡାଉନଲୋଡ୍ ହୋଇଥିଲେ । ଗୁଗଲ ମଧ୍ୟ ଏହି ଆପ୍ ଡାଉନଲୋଡରୁ ଅଧିକ ଫାଇଦା ପାଇଥିଲା । ଟିକଟକ୍ ପାଇଁ ଭାରତ ଏକ ଲାଭଜନକ ସେକ୍ଟର ଥିଲା ଯେଉଁଠାରେ ଏହାର ପ୍ରବଳ ଡାଉନଲୋଡ୍ କମ୍ପାନୀକୁ ଅନେକ ଲାଭ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.