ଶ୍ରୀନଗର: ଭାରତର କଡା ଚେତାବନୀ ସତ୍ତ୍ବେ ସୁଧୁରୁନି ପାକିସ୍ତାନ । କ୍ରମାଗତ ଭାବରେ ପାକିସ୍ତାନରୁ ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରି ନିଜର ଆତଙ୍କୀ ତାର୍ଯ୍ୟକଳାପ ଜାରି ରଖିଛନ୍ତି । ତେବେ ମଙ୍ଗଳବାର ଘାଟିରେ ପୂନର୍ବାର ଆରମ୍ଭ ହୋଇଛି ଗୁଳିବିନିମୟ ।
ସୂଚନା ଅନୁଯାୟୀ ସୋପିଆନ ଜୈନପୁରା ଅନ୍ତର୍ଗତ ସୁଗନ ଗାଁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ତେବେ ଗାଁରେ 3ରୁ 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଛି ।
ସୋମବାର ଜମ୍ମୁ ଓ କାଶ୍ମୀରର ରାଜପଥକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପାମ୍ପୋର ବାଇପାସରେ ଥିବା ସିଆରପିଏଫ ରୋଡ୍ ଓପନିଂ ପାର୍ଟି (ROP) ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ କରିଥିଲେ । ଘଟଣାରେ 5 ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ 2 ଜଣ ଯବାନ ଶହୀଦ ହୋଇଥିଲେ ।