ETV Bharat / bharat

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର ପରେ ଗିରଫ କଲା ୟୁପି ପୋଲିସ

author img

By

Published : Sep 4, 2020, 10:34 PM IST

ଲକ୍ଷ୍ମୀପୁର ଖେରୀର ସିଙ୍ଗାହୀ ଅଞ୍ଚଳରେ 3 ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଏନକାଉଣ୍ଟର ପରେ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଶିଶୁଟିର ମୃତ ଦେହ ଗୁରୁବାର ଆଖୁ କିଆରୀରେ ମିଳିଥିଲା । ଅଧିକ ପଢନ୍ତୁ...

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର ପରେ ଗିରଫ କଲା ୟୁପି ପୋଲିସ
ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର ପରେ ଗିରଫ କଲା ୟୁପି ପୋଲିସ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀର ସିଙ୍ଗାହୀ ଅଞ୍ଚଳରେ 3 ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଏନକାଉଣ୍ଟର ପରେ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ । ତେବେ ଶିଶୁଟିର ମୃତ ଦେହ ଗୁରୁବାର ଆଖୁ କିଆରୀରେ ମିଳିଥିଲା ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତକୁ ନିଘାସନ ଅଞ୍ଚଳର ବାମହନପୁର ଗାଁ ପାଖରେ ଏନକାଉଣ୍ଟର ପରେ ଗିରଫ କରାଯାଇଛି । ଅଭିଯୁକ୍ତର ଗୋଡରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ପୋଲିସ ଠାରୁ ବଞ୍ଚିବା ପାଇଁ ଆଖୁ କିଆରୀରେ ଲୁଚି ରହିଥିଲା ।

ଲକ୍ଷ୍ମୀପୁରରେ ଗତ 20 ଦିନ ମଧ୍ୟରେ ଏହା ତୃତୀୟ ଘଟଣା । ଏହା ପୂର୍ବରୁ ଜଣେ 13 ବର୍ଷର ନାବାଳିକା ସହ ଦୁଷ୍କର୍ମ କରି ତାକୁ ହତ୍ୟା କରାଯାଇଥିଲା । ଏନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଅନ୍ୟପକ୍ଷେ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର ୟୁପିରେ ଅପରାଧ ରୋକିବାକୁ ଆକ୍ସନମୋଡରେ ଥିବା ନଜର ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.