ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି। ମଙ୍ଗଳବାର ସକାଳୁ ଜମ୍ମୁ କାଶ୍ମୀର ଅନନ୍ତନାଗର ୱାଗାମା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏଥିରେ ଦୁଇ ଅଜ୍ଞାତ ଆତଙ୍କୀ ନିପାତ ହୋଇଛନ୍ତି।
ଆତଙ୍କୀଙ୍କ ପରିଚୟ ଖୋଜା ଚାଲିଛି। ଏହାସହ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଏହି ଅପରେସନ ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଛି। ଘଟଣାକୁ ନେଇ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି।