ETV Bharat / bharat

ଛତିଶଗଡରେ ପୋଲିସ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

author img

By

Published : Apr 25, 2020, 10:49 PM IST

ସିଆରପିଏଫର 227 ବାଟାଲିୟନର ଟ୍ରୁପ୍ସଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଶନିବାର ସୁକମାରେ ଏହି ଏନକାଉଣ୍ଟର ହୋଇଥିଲା । ଅଧିକ ପଢନ୍ତୁ...

ଛତିଶଗଡରେ ପୋଲିସ ଏନକାଉଣ୍ଟର, ଜଣେ ନକ୍ସଲ ମୃତ
ଛତିଶଗଡରେ ପୋଲିସ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ସୁକମା: ଛତିଶଗଡରେ ସାମ୍ନା ସାମ୍ନି ହୋଇଛନ୍ତି ପୋଲିସ ଓ ନକ୍ସଲ । କିଛି ଦିନର ନିରବତା ପରେ ସୁକମାରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ମୃତ ହୋଇଥିବାର ଖବର ରହିଛି ।

ସୂଚନାନୁସାରେ ସିଆରପିଏଫର 227 ବାଟାଲିୟନର ଟ୍ରୁପ୍ସଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଶନିବାର ସୁକମାରେ ଏହି ଏନକାଉଣ୍ଟର ହୋଇଥିଲା । ଛତିଶଗଡ ପୋଲିସ ସହ ମିଳିତ ସର୍ଚ୍ଚ ଅପରେସନବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀ ସାମ୍ନା ସାମ୍ନି ହୋଇଥିଲେ ।

ଏଥିରେ ଉଭୟ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ତେବେ କିଛି ସମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସମ୍ପୂର୍ଣ୍ଣ ଅଞ୍ଚଳ ଘେରାଓ କରି ସିଆରପିଏଫ ସର୍ଚ୍ଚ ଅପରେସନ କରୁଛି । ଘଟଣା ସମ୍ପର୍କରେ ଅଧିକ ରିପୋର୍ଟ ଏବେ ସୁଦ୍ଧା ମିଳିପାରିନାହିଁ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.