ଶ୍ରୀନଗର: ଭୂସ୍ବର୍ଗରେ ଜାରି ଆତଙ୍କବାଦ ନିପାତ ଅଭିଯାନ। ଏହି କ୍ରମରେ ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହଁ ହୋଇଛି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଟଳି ପଡିଛନ୍ତି 3 ଆତଙ୍କବାଦୀ।
ସୋପିଆନର ୱାଚିରେ ଆତଙ୍କବାଦୀ ଲୁଚି ରହିଥିବା ସେନାର 55 ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଟିମକୁ ଖବର ମିଳିଥିଲା। ସୋମବାର ସକାଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ହୋଇଥିବା ଏନକାଉଣ୍ଟରରେ ଟଳି ପଡିଥିଲେ 3 ଆତଙ୍କୀ । ସେମାନଙ୍କ ପାଖରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ମୃତ ଆତଙ୍କବାଦୀଙ୍କ ପରିଚମ ମିଳିନାହିଁ ।