ETV Bharat / bharat

ପୁଲୱାମା ମାରୱାଲ ଅଞ୍ଚଳରେ ଏନକାଉଣ୍ଟର, ଫସି ରହିଛନ୍ତି 3 ଆତଙ୍କୀ - ପୁଲୱାମା ମାରୱାଲ ଅଞ୍ଚଳରେ ଏନକାଉଣ୍ଟର

ସୀମାରେ ଅଶାନ୍ତି। ଆରମ୍ଭ ହୋଇଯାଇଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ମଧ୍ୟରାତ୍ରିରେ ଏହି ଏନକାଉଣ୍ଟର ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ମାରୱାଲ ଗ୍ରାମରେ ଆରମ୍ଭ ହୋଇଛି।

ପୁଲୱାମା ମାରୱାଲ ଅଞ୍ଚଳରେ ଏନକାଉଣ୍ଟର, ଫସି ରହିଛନ୍ତି 3 ଆତଙ୍କୀ

author img

By

Published : Sep 15, 2020, 7:51 AM IST

ଶ୍ରୀନଗର: ସୀମାରେ ଅଶାନ୍ତି। ଆରମ୍ଭ ହୋଇଯାଇଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ। ମଧ୍ୟରାତ୍ରିରେ ଏହି ଏନକାଉଣ୍ଟର ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ମାରୱାଲ ଗ୍ରାମରେ ଆରମ୍ଭ ହୋଇଛି।

ଜାମ୍ମୁ କାଶ୍ମୀର ପୋଲିସ ଟୁଇଟ୍ କରି କହିଛନ୍ତି, "ପୁଲୱାମାର ମାରୱାଲ ଅଞ୍ଚଳରେ #ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଏହି କାର୍ଯ୍ୟରେ ଅଛନ୍ତି। ଅଧିକ ବିବରଣୀ ଅନୁସରଣ କରାଯିବ।"

ଜାମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ମାରୱାଲ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ପରେ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ 50 ଆରଆର ଏବଂ ସିଆରପିଏଫ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ପୋଲିସ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ମିଳିତ ସର୍ଚ୍ଚ ପାର୍ଟି ସନ୍ଦିଗ୍ଧ ଅଞ୍ଚଳକୁ ଘେରି ରହିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସର୍ଚ୍ଚ ପାର୍ଟିରେ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧ ନିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କର୍ଡନ ଭିତରେ 2-3 ଆତଙ୍କବାଦୀ ଫସି ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.