ଶ୍ରୀନଗର: ସୀମାରେ ଥମୁନି ଅଶାନ୍ତି । ପ୍ରତ୍ୟେକ ଦିନ ଫୁଟୁଛି ଗୁଳି । ଗତ କିଛି ମାସ ହେବ ଏହି ଅଭିଯାନ ଜୋରଦାର ଆରମ୍ଭ ହେବା ସହ ଆତଙ୍କୀଙ୍କୁ କଡା ଜବାବ ଦେଉଛନ୍ତି ଯବାନ । ରବିବାର ସକାଳୁ ଜାମ୍ମୁ କାଶ୍ମୀରର ବାରମୁଲା ଜିଲ୍ଲାର ସୋପୋରରେ ସୁରକ୍ଷା କର୍ମୀ ଓ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି ।
ଗତ25 ଜୁନରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ତେବେ,ଘଟଣାସ୍ଥଳରୁ ଦୁଇଟି ଏକେ-47 ବନ୍ଧୁକ ଜବତ କରିଥିଲେ ସୁରକ୍ଷା କର୍ମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ