ଶ୍ରୀନଗର:ସୀମାରେ ପୁଣି ଅଶାନ୍ତି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ଆରମ୍ଭ ହୋଇଯାଇଛି ଗୁଳିବିନିମୟ। ଏହି ଏନକାଉଣ୍ଟର ଜମ୍ମୁକାଶ୍ମୀର ସୋପିଆନର ଆମସିପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ 4 ଆତଙ୍କୀ ନିପାତ ହୋଇଥିବା ଜାମ୍ମୁ କାଶ୍ମୀର ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଅପରେସନ୍ ।
ଆତଙ୍କୀ କଡା ଜବାବ ଦେବା ପାଇଁ ପୋଲିସର ମିଳିତ ଟିମ୍, ଆର୍ମିର 62 ଆରଆର ଏବଂ CRPF କାର୍ଯ୍ୟରେ ନିୟୋଜିତ ଥିବା କାଶ୍ନୀର ଜୋନ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଆମିସିପୋରା ଗ୍ରାମରେ ଶନିବାର ଦିନ ଏକ ମିଳିତ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।
ସୂଚନା ଥାଉ, ଚଳିତ ବର୍ଷ ଘାଟିରେ ପାକ ସର୍ବାଧିକ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଛି। ଏହାସହ ବାରମ୍ବାର ଅଶାନ୍ତି ପରିସ୍ଥିତି ସୃଷ୍ଟି କରି ଘାଟିରେ ଗୁଳିଗୋଳା, ମୋର୍ଟାର ମାଡ କରୁଥିବା ବେଳେ ଆତଙ୍କୀଙ୍କୁ ଜବାବ ଦେଉଛନ୍ତି ଭାରତୀୟ ଯବାନ। ସେନାର ଗୁଳିରେ ଗତ କିଛି ମାସ ମଧ୍ୟରେ ବଡ ବଡ ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର ନିହତ ହୋଇଛନ୍ତି। ଯାହା ସେନା ପାଇଁ ଏକ ବଡ ସଫଳତା।
ଜୁଲାଇ 17 ଶୁକ୍ରବାରରେ କୁଲଗାମ ଜିଲ୍ଲାର ଏକ ଏନକାଉଣ୍ଟରରେ ଜୌସ-ଇ-ମହମ୍ମଦ (ଜେଏମ)ର ଜଣେ କମାଣ୍ଡରଙ୍କ ସମେତ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ (ଆଇଜିପି) ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜଣେ ଆତଙ୍କବାଦୀଙ୍କ ନାମ ଜେଏମ୍ କମାଣ୍ଡର ତଥା ଆଇଇଡି ବିଶେଷଜ୍ଞ ୱାଲିଦ ଭୋଇ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ଜଣାପଡୁଛି।