ETV Bharat / bharat

ସୋପିଆନରେ ଗୁଳି ବିନିମୟ ଜାରି; ଲୁଚି ରହିଛନ୍ତି 3 ଆତଙ୍କୀ - security

ଜମ୍ମୁ କାଶ୍ମୀର ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି। କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା।

ଫାଇଲ ଫଟୋ
author img

By

Published : Mar 22, 2019, 11:46 AM IST

Updated : Mar 22, 2019, 12:26 PM IST

ସୋପିଆନ: ଜମ୍ମୁ କାଶ୍ମୀର ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଗତ 24 ଘଣ୍ଟା ମଧ୍ୟରେ ପାଖାପାଖି 4ଥର ଏନକାଉଣ୍ଟର ହୋଇସାରିଲାଣି । ଏହି ଏନକାଉଣ୍ଟର ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଇମାମ ସାହିବ ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ ହୋଇଛି।

ଏନକାଉଣ୍ଟର ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ କୋଠା ଘରେ 2 ରୁ 3 ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ବିଷୟରେ ଖବର ପାଇବା ପରେ ସରୁକ୍ଷାକର୍ମୀଙ୍କ ସହ 14 ଓ 178 ବାଟାଲିୟନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗତ ଗୁରୁବାର ବାରମୂଳାରେ ହୋଇଥିବା ଏନକାଉଣ୍ଟରରେ 2 ଜଣ ଆତଙ୍କବାଦୀ ଟଳି ପଡିଥିଲେ । ଏହାସହ ସେମାନଙ୍କ ପାଖରୁ ଏକେ 47 ରାଇଫଲ, 3ଟି ମାଗାଜିନ, ଗୋଟିଏ ମୋବାଇଲ ଫୋନ ଓ ଜିପିଏସ ଡିଭାଇସ ଜବତ କରାଯାଇଥିଲା ।


ସୋପିଆନ: ଜମ୍ମୁ କାଶ୍ମୀର ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଗତ 24 ଘଣ୍ଟା ମଧ୍ୟରେ ପାଖାପାଖି 4ଥର ଏନକାଉଣ୍ଟର ହୋଇସାରିଲାଣି । ଏହି ଏନକାଉଣ୍ଟର ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଇମାମ ସାହିବ ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ ହୋଇଛି।

ଏନକାଉଣ୍ଟର ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ କୋଠା ଘରେ 2 ରୁ 3 ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ବିଷୟରେ ଖବର ପାଇବା ପରେ ସରୁକ୍ଷାକର୍ମୀଙ୍କ ସହ 14 ଓ 178 ବାଟାଲିୟନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗତ ଗୁରୁବାର ବାରମୂଳାରେ ହୋଇଥିବା ଏନକାଉଣ୍ଟରରେ 2 ଜଣ ଆତଙ୍କବାଦୀ ଟଳି ପଡିଥିଲେ । ଏହାସହ ସେମାନଙ୍କ ପାଖରୁ ଏକେ 47 ରାଇଫଲ, 3ଟି ମାଗାଜିନ, ଗୋଟିଏ ମୋବାଇଲ ଫୋନ ଓ ଜିପିଏସ ଡିଭାଇସ ଜବତ କରାଯାଇଥିଲା ।


Slug : OD_KPT_Kotia Elections  _Santakar_20-3-19
ଆନ୍ଧ୍ରପ୍ରଦେଶ ର ବିଜୁଳି ପ୍ରବାହରେ ଓଡିଶା ସରକାରଙ୍କ ବତୀ ଜଳୁଛି । ଓଡ଼ିଶାର ପାହାଡ଼ରୁ ଓଡିଶା ସରକାରଙ୍କ ପାଣି ପାଇପ ଅନେକ ଦିନ ହେବ  ଖରାପ ହୋଇଯାଇଥିବା ଯୋଗୁଁ କେବଳ ଆନ୍ଧ୍ରପ୍ରଦେଶ ଯୋଗାଇଦେଇଥିବା ପାଇପ ଯୋଗେ ଗ୍ରାମବାସୀ ପାଣି ପାଉଛନ୍ତି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ଓଡିଶା ସରକାର ଦେଉଥିବା ଅର୍ଥର ଦୁଇଗୁଣ । ତଥାପି ଓଡିଶା ତାଙ୍କ ପାଇଁ ସ୍ନେହ ଓ ଭଲପାଇବାର ସମ୍ପର୍କ ଜଡିତ  ଥିବା ନିଜ ରାଜ୍ୟ ହୋଇଥିବା ଯୋଗୁଁ ଆନ୍ଧ୍ରପ୍ରଦେଶ ଦେଉଥିବା ଉନ୍ନତ ସେବାକୁ ଏଡାଇଦେଇ  କୋଟିଆ ପଂଚାୟତ ର ମାଡ଼କାର ଗ୍ରାମର ଭୋଟର  କୋଟିଆ ପଂଚାୟତର ୨୧ ଟି  ବିବାଦୀୟ ଗ୍ରାମର ଅନ୍ତତଃ ଅଧା ଭୋଟରଙ୍କ ସହିତ  ଓଡିଶା ର ଭୋଟ କେନ୍ଦ୍ରରେ ପହଞ୍ଚିବେ ବୋଲି ମାଡ଼କାର ଗ୍ରାମର ଯୁବ ଭୋଟର ସୋନା ପାଙ୍ଗି ଜଣାଇଛନ୍ତି । ମାଡ଼କାର ଗ୍ରାମର ତାଡିଙ୍ଗି ସୁକିଲା ଙ୍କ ଭଳି ପ୍ରାୟ ପ୍ରତି ଭୋଟରଙ୍କ ପାଖରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ଭୋଟର ପରିଚୟପତ୍ର ଥିବା ବେଳେ ସେମାନେ ଓଡିଶାକୁ ଆଦରିନେବେ ବୋଲି ଶ୍ରୀ ତାଡିଙ୍ଗି ଜଣାଇଛନ୍ତି । ମାଡ଼କାର ଗ୍ରାମରେ ଗତ ଅନେକ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଙ୍ଗନବାଡି କର୍ମୀ କାନ୍ତମଣି ଖରା ମଧ୍ୟ ମହିଳାଙ୍କ ବିକାଶରେ ଆନନ୍ଦିତ । ଝିଅପିଲା ଉଚ୍ଚଶିକ୍ଷା ପାଉଛନ୍ତି , ଗର୍ଭବତୀ ମହିଳା ଡାକ୍ତରଖାନା ଯିବାପାଇଁ ଆଗ୍ରହ ସୃଷ୍ଟି କରୁଛନ୍ତି । ଅନେକ ବର୍ଷ ହେବ ଆଦୋୖ ରାସ୍ତା ନଥିବା ଅଞ୍ଚଳକୁ ଅସୁରକ୍ଷିତ ରାସ୍ତା ହେଲେବି ଚାଲିବା ପାଇଁ ଓ ଛୋଟ ଗାଡି କିଛି ବାଟ ଆସିବା ପାଇଁ ସମର୍ଥ ହୋଇଛି ବୋଲି ସେ ଜଣାଇଛନ୍ତି । କୋଟିଆ ଅଂଚଳର ମାଡ଼କାର ପଟର ଭୋଟର ରାସ୍ତା ଘାଟ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟକୁ ଦେଖି  ଓଡିଶାକୁ ସମର୍ଥନ କରୁଥିବା ବେଳେ ନାରିଡିବାଲାସା , ତାଡିବାଲାସା ଭଳି ଆନ୍ଧ୍ର ସୀମାର ନିକଟବର୍ତ୍ତୀ ବିବାଦୀୟ ଗ୍ରାମ ର ଭୋଟର ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ଭୋଟ କେନ୍ଦ୍ରକୁ ଯାଇପାରନ୍ତି ବୋଲି କୋଟିଆର ସ୍ବେଚ୍ଛାସେବୀ ରଞ୍ଜିତ ପାଙ୍ଗି ମତ ରଖିଛନ୍ତି । ତେବେ ଓଡ଼ିଶାର ଭୋଟଦାନ କେନ୍ଦ୍ର କୁ ଯାଇ ଭୋଟ ଦେବା ପାଇଁ ଇଚ୍ଛୁକ ଥିବା ଡୋଳିଆମ୍ବ ର ଯୁବ ଭୋଟର କମୁ ପାଙ୍ଗି ତାଙ୍କ ଗ୍ରାମରୁ ନିକଟସ୍ଥ ଭୋଟଦାନ କେନ୍ଦ୍ର ମାଡ଼କାର ଠାରେ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତାଘାଟର ଅସୁବିଧା ଥିବା ଡୋଳିଆମ୍ବ ଭଳି ଆଉ କିଛି ଗ୍ରାମ ର ଭୋଟର ଅନ୍ତତଃ ପକ୍ଷେ ୫ରୁ ୬ କିଲୋମିଟର ଚାଲି ଚାଲି ଆସିବା କଷ୍ଟ ହେବ ଓ ବୟସ୍କ ଭୋଟରଙ୍କୁ ନିରୁତ୍ସାହିତ କରିବ । ତେବେ ଏହି ସମସ୍ତ କଥାକୁ ଆଖିଆଗରେ ରଖି ସରକାର ଭୋଟରଙ୍କ ପାଇଁ ଅଧିକ ଭୋଟଦାନ କେନ୍ଦ୍ର ଖୋଲିବା କିମ୍ବା ଭୋଟରଙ୍କୁ ଭୋଟଦାନ କେନ୍ଦ୍ରକୁ ଆଣିବା ର ବ୍ୟବସ୍ଥା କରିବା ପାଇଁ ରଞ୍ଜିତ ପାଙ୍ଗି ସରକାରଙ୍କ ପାଖରେ ଅନୁରୋଧ ରଖିଛନ୍ତି । ତେବେ କୋଟିଆ ପଂଚାୟତରେ ଥିବା ୫୪୨୦ ଜଣ ଭୋଟର ଙ୍କ ପାଇଁ ବିବାଦୀୟ ୨୧ ଟି ଗ୍ରାମ ପାଇଁ ୫ଟି ଭୋଟଦାନ କେନ୍ଦ୍ରକୁ ମିଶାଇ ସମୁଦାୟ  ୯ଟି ଭୋଟଦାନ କେନ୍ଦ୍ର ଖୋଲାଯାଉଥିବା ପଟ୍ଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ କରୁଣାକର ପ୍ରଧାନ ଜଣାଇଛନ୍ତି ।
Byte :କମୁ ପାଙ୍ଗି , ଭୋଟର , ଡୋଳିଆମ୍ଭ
Byte :କାନ୍ତମଣି ଖରା , ଅଙ୍ଗନବାଡି କର୍ମୀ
Byte :କରୁଣାକର ପ୍ରଧାନ , ବିଡ଼ିଓ, ପଟ୍ଟାଙ୍ଗି
Byte :ରଞ୍ଜିତ କୁମାର ପାଙ୍ଗି , ସ୍ବେଛାସେବୀ
Byte : ସୋନା ପାଙ୍ଗି , ଯୁବ ଭୋଟର , ମାଡ଼କାର
Byte : ତାଡିଙ୍ଗି ସୁକିଲା , ଯୁବ ଭୋଟର , ମାଡ଼କାର
P2C :  ସିଏଚ. ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
..........
Last Updated : Mar 22, 2019, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.