ETV Bharat / bharat

ଏନକାଉଣ୍ଟରରେ 4 ଆତଙ୍କୀ ସଫା, ଜଣେ ଯବାନ ଶହୀଦ

author img

By

Published : Sep 28, 2019, 5:52 PM IST

ଜମ୍ମୁ କାଶ୍ମୀରର ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ 4 ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ କାଉଣ୍ଟର ଅପରେଶନରେ  ସେନାର ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ 4 ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ କାଉଣ୍ଟର ଅପରେଶନରେ ସେନାର ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

ନିପାତ ହୋଇଥିବା 4 ଆତଙ୍କବାଦୀଙ୍କ ମଧ୍ୟରୁ 3 ଜଣ ରାମବାନ ଜିଲ୍ଲାରେ ଏକ ପରିବାରକୁ ବନ୍ଧକ ରଖିଥିଲେ । ତେବେ ଭାରତୀୟ ସେନା ସେମାନଙ୍କୁ ନିପାତ କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କରିଛି । ଏହା ସହିତ ଗାନ୍ଦରବଲ ଜିଲ୍ଲାରେ ଆଉ ଏକ ଆତଙ୍କବାଦୀକୁ ନିପାତ କରିଛି ସେନା ।

କାଶ୍ମୀରରେ ଭାରତୀୟ ସେନାର ଅପରେଶନରେ ଭୟଭୀତ ହୋଇ ନିର୍ଦ୍ଦୋଷ ଲୋକଙ୍କୁ ବନ୍ଧକ ରଖିଥିଲେ ଆତଙ୍କବାଦୀ । ଏହି ଆତଙ୍କବାଦୀ ଶନିବାର ଜମ୍ମୁ-କାଶ୍ମୀର ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର 6 ଜଣ ସଦସ୍ୟଙ୍କୁ ବନ୍ଧକ ରଖିଥିଲେ । ତେବେ ଏହି ସମସ୍ତଙ୍କୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ସେନା । ଏହି ସମସ୍ତେ ଏବେ ସୁରକ୍ଷିତ ଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ସେପଟେ ଏହି କାର୍ଯ୍ୟାନୁଷ୍ଠାନରେ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଏହା ସହିତ ଅନ୍ୟ 2 ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ତେବେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଏହି ଅପରେଶନ ସମାପ୍ତ ହୋଇଥିବା ଜମ୍ମୁ-କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ମୁକେଶ ସିଂହ ସୂଚନା ଦେଇଛନ୍ତି ।

ରାମବାନ ବ୍ୟତିତ ଆତଙ୍କବାଦୀମାନେ ଶ୍ରୀନଗରର ଡାଉନଟାଉନ ସ୍ଥିତ ସଫାକଦଲ ଅଞ୍ଚଳରେ ସିଆରପିଏଫ ଗାଡି ଉପରେ ଗ୍ରେନେଡ ମାଡ କରିଥିଲେ । ତେବେ ଏହି ଆକ୍ରମଣରେ କୌଣସି ପ୍ରାଣହାନୀ ହୋଇନଥିବା ସୂଚନା ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.