ପାଟନା: ବଢିବାରେ ଲାଗିଛି ବିହାରରେ ଚମକି ଜ୍ବର ଜନିତ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ମୁଜାଫାରପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 117ରେ ପହଞ୍ଚିଥିବା ବେଳେ ସମଗ୍ର ବିହାରରେ 168 ଜଣଙ୍କ ମୃତ୍ୟୁ ଘଟିଛି। ଶ୍ରୀ କ୍ରୀଷ୍ଣା ହସ୍ପିଟାଲରେ 98 ଏବଂ କେଜ୍ରିୱାଲ ହସ୍ପିଟାଲରେ 19 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ବିଶେଷ କରି ଏହି ରୋଗରେ 10 ରୁ 12 ବର୍ଷର ପିଲା ଆକ୍ରାନ୍ତ ହେଉଛନ୍ତି । ତେବେ ଏନେଇ ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଦରଭଙ୍ଗା, ସୁପୌଲ, ମଧୁବନୀ, ସମସ୍ତିପୁର ଏବଂ ସୀତାମଢିରେ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦେଉଛି। ଅନ୍ୟପଟେ ମଙ୍ଗଳବାର ମୁ୍ଖ୍ୟମନ୍ତ୍ରୀ ନୀତିଶ କୁମାର ଶ୍ରୀକ୍ରୀଷ୍ଣା ହସ୍ପିଟାଲ ଯାଇ ରୋଗୀଙ୍କୁ ଭେଟିଥିଲେ । ଏହାସହ ଚମକି ଜ୍ବରରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।