ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଆଜି ସାରା ଦେଶ ଏକଜୁଟ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋରୋନା ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ କୋରୋନା ଲଢେଇରେ ଉଭୟ ସରକାରଙ୍କୁ ସହଯୋଗ କରିବାକୁ ଆରମ୍ଭ ହୋଇଥିବା ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଦାନ କରିବାକୁ ଆଗେଇ ଆସୁଛନ୍ତି । ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କର୍ମଚାରୀମାନେ ।
ଆରବିଆଇର କର୍ମଚାରୀମାନେ ପିଏମ କେୟାର୍ସ ଫଣ୍ଡକୁ ନିଜର ଗୋଟିଏ ଦିନର କିମ୍ବା ଅଧିକ ଦିନର ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କ ଠାରୁ ମୋଟ 7.30 କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ପଠାଯାଉଛି ବୋଲି ଆରବିଆଇ ସୂଚନା ଦେଇଛି ।
ସୌଜନ୍ୟ @ANI