ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ 21ଦିନ ଲକଡାଉନ ଘୋଷଣା କରାଯାଇଛି ।
ଫଳରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାକୁ ନେଇ ବହୁ ନେତା ମନ୍ତ୍ରୀ ସେମାନଙ୍କ ଗୋଟିଏ ମାସର ବେତନ ତ ଆଉ କିଏ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା କୋରୋନା ସହାୟତା ଆକାରରରେ ଦାନ କରୁଛନ୍ତି । ତେବେ ସୋମବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କାର୍ଯ୍ୟକର୍ତ୍ତା ସେମାନଙ୍କ ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ।
ପ୍ରକାଶ ଥାଉକି, ମାରାତ୍ମକ କୋରୋନା କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1071ରେ ପହଞ୍ଚିଥିବା ବେଳେ 30 ଜଣ ପ୍ରାଣ ହରାଇ ସାରିଲେଣି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ