ETV Bharat / bharat

ଏଣିକି ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ମିଳିବ ମୁକ୍ତି, ଗ୍ରାପ୍ ପ୍ଲାନ୍ ହେବ ଲାଗୁ

author img

By

Published : Oct 15, 2019, 10:34 AM IST

ନୂଆଦିଲ୍ଲୀ ଏବଂ ସନ୍ନିକଟସ୍ଥ ଜାତୀୟ ରାଜଧାନୀ କ୍ଷେତ୍ର(ଏନସିଆର) ଆଜି ଠାରୁ ଲାଗୁ ହେବାକୁ ଯାଉଛି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) । ଏହା ଦ୍ବାରା ଡିଜେଲ ଚାଳିତ ଜେନେରେଟରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ଲାନ ଲାଗୁ ହେବା ଫଳରେ ନୂଆଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ପ୍ରଦୂଷଣ ହ୍ରାସ ପାଇବ ।

ଏଣିକି ପ୍ରଦୂଷଣରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ଶୀତ । ଧିରେ ଧିରେ ବଦଳିବାରେ ଲାଗିଛି ଏଠାକାର ପାଣିପାଗ । ତେବେ ଶୀତ ପଡି ଯାଇଥିବାରୁ ଏଠାକାର ବାୟୁମଣ୍ଡଳ ଆସ୍ତେ ଆସ୍ତେ ପ୍ରଦୂଷିତ ହେବାରେ ଲାଗିଛି । ମାତ୍ର ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇ ଉଠିଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣରୁ ରକ୍ଷା ପାଇବା ଲାଗି ନୂଆଦିଲ୍ଲୀ ଏବଂ ସନ୍ନିକଟସ୍ଥ ଜାତୀୟ ରାଜଧାନୀ କ୍ଷେତ୍ର(ଏନସିଆର)ରେ ମଙ୍ଗଳବାର ଠାରୁ ଲାଗୁ ହେବାକୁ ଯାଉଛି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ (ଇପିସିଏ) ପକ୍ଷରୁ ଏହାକୁ ଲାଗୁ କରାଯାଇଛି ।

ଏହି ପ୍ଲାନ ମାର୍ଚ୍ଚ 15 ପର୍ଯ୍ୟନ୍ତ ଲାଗୁ ହେବ । ଏଥିରେ 4ଟି ଭିନ୍ନ ଭିନ୍ନ ପର୍ଯ୍ୟାୟ ରହିଛି ଯାହାକି ବାୟୁ ପ୍ରଦୂଷଣ କାରଣରୁ ଦେଖାଯାଉଥିବା ବିଭିନ୍ନ ପରିସ୍ଥିତିର ସାମ୍ନା କରିବ । ଏହା ସହିତ ଡିଜେଲ ଚାଳିତ ଜେନେରେଟରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଉପରେ ନଜର ରଖାଯିବ । ସେହିପରି ଆଜିଠାରୁ ଏନସିଆରରେ ଇଟା ଭାଟି ଉପରେ କଟକଣା ଜାରି କରାଯାଇଛି, ମାତ୍ର ଯେଉଁମାନେ ଜିଗ-ଜାଗ ଟେକନିକ ବ୍ୟବହାର କରି ଇଟା ଭାଟି ଚଳାଉଛନ୍ତି ସେମାନଙ୍କ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ।

ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣଙ୍କ ମୁତାବକ ଷ୍ଟୋନ କ୍ରସର, ସିମେଣ୍ଟ ମିକ୍ସର ଭଳି ଧୂଳି ବଢାଉଥିବା ସ୍ଥାନରେ ପ୍ରଦୂଷଣ ରୋକିବାକୁ ବ୍ୟବସ୍ଥା କରାଯିବ । ଯାହା ଦ୍ବାରା ବାୟୁ ପ୍ରଦୂଷଣର ମାତ୍ରା ବହୁତ କମିଯିବ। ସେହିପରି ରାସ୍ତା ଏବଂ ଗଳି ଗଳିରେ ଲଗାତାର ସ୍ବିପିଂ ମେସିନ ଜରିଆରେ ସଫେଇ କରାଯିବା ସହ ଧୂଳି ଥିବା ସ୍ଥାନରେ ଜଳ ସିଞ୍ଚନ କରାଯିବ । ଇପିସିଏର ଗାଇଡ ଲାଇନ ଅନୁସାରେ ସ୍ଥାନେ ସ୍ଥାନେ ଆବର୍ଜନା ପକାଇଲେ କିମ୍ବା ଚାଷୀ ପାଳରେ ନିଆଁ ଲଗାଇବାକୁ ମଧ୍ୟ ବନ୍ଦ କରାଯିବ । କାରଣ ଏଥିରୁ ନିର୍ଗତ ଧୂଆଁ ବାୟୂ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ ।

ଦିଲ୍ଲୀରେ ନଭେମ୍ବର 4 ରୁ 15 ପର୍ଯ୍ୟନ୍ତ ଅଡ-ଇଭେନ ଯୋଜନା ଲାଗୁ ହେବ । ଏପରିକି ଲୋକଙ୍କୁ ପ୍ରଦୂଷଣରୁ ବଞ୍ଚିବା ପାଇଁ ମାଗଣାରେ ମାସ୍କ ବାଣ୍ଟିବେ ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ଦୀପାବଳି ଅବସରରେ ବାଣ କମ ଫୁଟେଇବା ପାଇଁ ନିବେଦନ କରିଛନ୍ତି । ଏଥର ମଧ୍ୟ ଅଡ-ଇଭେନ ଫର୍ମୁଲା ମହିଳାଙ୍କ ପାଇଁ ଲାଗୁ ହେବନାହିଁ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.