ETV Bharat / bharat

ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ କୋରୋନା ଟୀକାକରଣ !

ନୂଆ ବର୍ଷର ପ୍ରଥମ ମାସ ଆରମ୍ଭରେ କୋରୋନା ଟୀକାର ଜରୁରୀକାଳୀନ ଟୀକାକରଣକୁ ମିଳିପାରେ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା । ଅଧିକ ପଢନ୍ତୁ...

ଜାନୁଆରୀ ପ୍ରଥମ ସପ୍ତାହରେ କୋରୋନା ଟୀକାକରଣ!
ଜାନୁଆରୀ ପ୍ରଥମ ସପ୍ତାହରେ କୋରୋନା ଟୀକାକରଣ!
author img

By

Published : Dec 3, 2020, 5:54 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୁଦ୍ଧରେ ଯୁଦ୍ଧ ଲଢୁଥିବା ଭାରତ ପାଇଁ ଆସିଛି ଖୁସିଖବର । ନୂଆ ବର୍ଷର ପ୍ରଥମ ମାସ ଆରମ୍ଭରେ କୋରୋନା ଟୀକାର ଜରୁରୀକାଳୀନ ଟୀକାକରଣକୁ ମିଳିପାରେ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ।

ବର୍ତ୍ତମାନ ଦେଶରେ 6ଟି ଭ୍ୟାକ୍ସିନ ଉପରେ ଜାରି ରହିଛି କାମ । ଏଥିରେ ଅକ୍ସଫୋର୍ଡ-ଆଷ୍ଟ୍ରୋଜେନେକା ଓ ଭାରତ ବାୟୋଟେକ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ସେପଟେ ଭ୍ୟାକ୍ସିନ ରେସରେ ଆଗରେ ଥିବା ଫାଇଜରକୁ ମଞ୍ଜୁରୀ ପ୍ରଦାନ କରିସାରିଛି ବ୍ରିଟେନ ।

ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବା ଟୀକା ମଧ୍ୟରୁ କୌଣସି ବି ଏକ ଟୀକା ଅନୁମୋଦନ ପାଇପାରେ ବୋଲି ଡାକ୍ତର ଗୁଲେରିୟା ସୂଚନା ଦେଇଛନ୍ତି । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରାରମ୍ଭରେ ଟୀକାକୁ ମିଳିପାରେ ଅନୁମୋଦନ । ଟୀକାକରଣକୁ ଅନୁମତି ମିଳିବା ପରେ ଭାରତରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ସହିତ ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ଏହି ଟିକା ପ୍ରସ୍ତୁତ କରାଯାଉଛି । ସେରମ ପ୍ରତିଷ୍ଠାନର ସିଇଓ ଗତ ସପ୍ତାହରେ କହିଥିଲେ ଯେ କମ୍ପାନୀ ଶୀଘ୍ର ଜରୁରୀକାଳୀନ ଅନୁମୋଦନ ପାଇଁ ପ୍ରସ୍ତୁତ ହେଉଛି ।

ଦେଶରେ କୋରୋନାର ଦ୍ବିତୀୟ ଲହରୀ ଥମିଥିବା ଜଣାପଡିଛି | ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 35 ହଜାର ନୂତନ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କୋରୋନା ଗତିରେ ଲଗାମ ଲାଗିବା ନେଇ ଖୁସି ବ୍ୟକ୍ତ କରିଥିଲେ | ସେ କହିଛନ୍ତି ଯେ ଆମେ କୋରୋନା ଗ୍ରାଫକୁ ଦେଖୁଛୁ ଏବଂ ଯଦି ନିୟମ ପାଳନ କରାଯାଏ ତେବେ ଏହି ଗତିକୁ ହ୍ରାସ କରିହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.