ETV Bharat / bharat

'ଅର୍ଥନୀତି ଉପରେ ପ୍ରଭାବ ପକାଇଛି ପେଟ୍ରୋଲର ଚାହିଦା ହ୍ରାସ' - ତୈଳ ଦର ବୃଦ୍ଧି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକସ ଟଙ୍କାରେ ସରକାର ରାଜକୋଷ ଭରିନାହାନ୍ତି ବରଂ ବାଣ୍ଟିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

'ଅର୍ଥନୀତି ଉପରେ ପ୍ରଭାବ ପକାଇଛି ପେଟ୍ରୋଲର ଚାହିଦା ହ୍ରାସ'

author img

By

Published : Jun 29, 2020, 6:38 PM IST

ନୂଆଦିଲ୍ଲୀ: ଦେଶରେ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ବୟାନ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଶ୍ବ ତଥା ଭାରତର ଅର୍ଥନୀତି ଏକ ଚ୍ୟାଲେଞ୍ଜ ଦେଇ ଗତି କରୁଛି । ବିଶ୍ବରେ ଏକ ଅସ୍ବଭାବିକ ପରିସ୍ଥିତି ରହିଛି । ମହାମାରୀ କୋରୋନାର ସଙ୍କଟ କାରଣରୁ ଶକ୍ତି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ଏପ୍ରିଲ ଓ ମେ ମାସରେ ପେଟ୍ରୋଲର ଚାହିଦା 70ରୁ 80 ପ୍ରତିଶତ ଖସିଆସିଥିଲା, ଯାହାର ସିଧାସଳଖ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଥିବା କହିଛନ୍ତି ଧର୍ମେନ୍ଦ୍ର ।

'ଅର୍ଥନୀତି ଉପରେ ପ୍ରଭାବ ପକାଇଛି ପେଟ୍ରୋଲର ଚାହିଦା ହ୍ରାସ'

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନର ଜବାବ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ମଧ୍ୟ ଗତ 3 ମାସରେ ରାଜ୍ୟସରକାର ଜନସାଧାରଣଙ୍କ ଉପରେ 5 ପ୍ରତିଶତ ଟିକସ ଲଗାଯାଇଛି । ଯେତେବେଳେ ବିଶ୍ବରେ ସ୍ବାସ୍ଥ୍ୟସେବା ପାଇଁ ଅର୍ଥର ଆବଶ୍ୟକତା ରହିଛି, ସେତେବେଳେ ଏହା କରିବାକୁ ପଡିଥାଏ । ଏହି ଟଙ୍କାକୁ ଏକାଠି କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ ଯୋଜନା ଗଠନ ହୋଇଛି । ଗରିବଙ୍କୁ ଅନ୍ନ ଦେଇଛନ୍ତି କେନ୍ଦ୍ର ସରକାର । ଏଲପିଜି ସିଲିଣ୍ଡର ମଧ୍ୟ ମାଗଣାରେ ଦିଆଯାଉଛି । ତେବେ ଟିକସ ଟଙ୍କାରେ ସରକାର ରାଜକୋଷ ଭରିନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ମୋଦି ଶାସନରେ ଟଙ୍କା ପକେଟରେ ଭର୍ତ୍ତି କରାଯାଇନଥାଏ ବରଂ ବାଣ୍ଟାଯାଇଥାଏ ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, 22 ଜୁନ ଯାଏଁ 42 କୋଟି ଲୋକଙ୍କ ଖାତାକୁ 65 ହଜାର 454 କୋଟି ଟଙ୍କା ଦିଆଯାଇଛି । ମୋଦି ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଉଥିବା ବେଳେ ସୋନିଆ ତାଙ୍କ ଜ୍ବାଇଁଙ୍କ ଖାତାକୁ ଟଙ୍କା ପଠାଉଥିବା କହିଛନ୍ତି ଧର୍ମେନ୍ଦ୍ର । ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଡିବିଟି ହୋଇଛି । କଂଗ୍ରେସ ସରକାର କେବଳ ଟଙ୍କା ଲୁଟିବା ଜାଣିଛି ବୋଲି ଧର୍ମେନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.