ETV Bharat / bharat

ବିଲୁଆ ଗୋଷ୍ଠୀ ଓ ହାତୀଙ୍କ ଲୁଚକାଳି ଖେଳ, ଦେଖନ୍ତୁ ଭିଡିଓ

ଘଞ୍ଚ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଲୁଚକାଳି ଖେଳ । ଗୋଟିଏ ବିଲୁଆ ଗୋଷ୍ଠୀ ଓ ହାତୀ ମଧ୍ୟରେ ଏହି ଖେଳ ଚାଲିଥିବାର ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

author img

By

Published : Aug 20, 2019, 9:08 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚେନ୍ନାଇ: ଜଙ୍ଗଲ ଭିତରେ ହାତୀ ଓ ବିଲୁଆଙ୍କ ଲୁଚକାଳି ଖେଳ । ଏଭଳି ଏକ ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡ଼ୁର ନୀଳଗିରି ଜଙ୍ଗଲ ମଧ୍ୟରେ । ଘଞ୍ଚ ଜଙ୍ଗଲ ଓ ଶୀତଳ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ ଏହି ଜଙ୍ଗଲ । ଫଳରେ ଅନେକ ପର୍ଯ୍ୟଟକ ଏହି ଜଙ୍ଗଲକୁ ବୁଲିବାକୁ ଆସିଥାନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ତେବେ ଗତକାଲି ହୋଇଥିବା ଏହି ହାତୀ-ବିଲୁଆଙ୍କ ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରିଥିଲା । ଯାହାର ସ୍ବଳ୍ପ ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଗୋଟିଏ ହାତୀ କିଛି ବିଲୁଆଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଛି ।

ଅନ୍ୟ ପଟେ ବିଲୁଆମାନେ ମଧ୍ୟ ହାତୀକୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ସେଠାକୁ ଯାଇଥିବା କିଛି ପର୍ଯ୍ୟଟକ ସୁଟିଂ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.