ETV Bharat / bharat

ଗରିବ ମହିଳାଙ୍କ ପରିବାର ଉପରେ ବିଦ୍ୟୁତ ମାଡ, ବିଲ୍‌ ଆସିଛି 1.25 ଲକ୍ଷ - ଗରିବ ମହିଳାଙ୍କ ବିଦ୍ୟୁତ ବିଲ

ଗରିବ ମହିଳାଙ୍କ ଘରେ ପହଞ୍ଚିଛି 1.50ଲକ୍ଷର ବିଜୁଳି ବିଲ୍ । 100 ଟଙ୍କାରୁ ଊର୍ଦ୍ଧ୍ବ ବିଲ୍ ଆସୁ ନଥିବା ବେଳେ ଏକାଥରେ ଏତେ ଟଙ୍କାର ବିଲ ଗରିବ ଦମ୍ପତିଙ୍କ ମୁଣ୍ଡରେ ଚଡକ ପକାଇଛି । ଅନ୍ୟପଟେ ବିଜୁଳି କଟିବା ଭୟରେ ମହିଳା ଜଣକ ଅଫିସରୁ ଅଫିସ ଘୁରି ବୁଲୁଛନ୍ତି ।

ଗରିବ ମହିଳାଙ୍କ ପରିବାର
ଗରିବ ମହିଳାଙ୍କ ପରିବାର
author img

By

Published : Jul 22, 2020, 6:23 PM IST

ଭୋପାଳ: ପର ଘରେ ବାସନ ମାଜି, ଝାଡୁ ପୋଛା ମାରି ପେଟ ପୋଷୁଥିବା ଗରିବ ମହିଳାଙ୍କ ନାଁରେ ଆସିଲା ଦେଢ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ । ମଧ୍ୟପ୍ରଦେଶ ସତନା ଜିଲ୍ଲାରୁ ଆସିଛି ଏଭଳି ଘଟଣା । ଗରିବ ମହିଳାଙ୍କ ଘରେ ପହଞ୍ଚିଛି 1.50ଲକ୍ଷର ବିଜୁଳି ବିଲ୍ । 100 ଟଙ୍କାରୁ ଊର୍ଦ୍ଧ୍ବ ବିଲ୍ ଆସୁ ନଥିବାବେଳେ ଏକାଥରେ ଏତେ ଟଙ୍କାର ବିଲ ଗରିବ ଦମ୍ପତିଙ୍କ ମୁଣ୍ଡରେ ଚଡକ ପକାଇଛି । ଅନ୍ୟପଟେ ବିଜୁଳି କଟିବା ଭୟରେ ମହିଳା ଜଣକ ଅଫିସରୁ ଅଫିସ ଘୁରି ବୁଲୁଛନ୍ତି । ମାତ୍ର ତାଙ୍କୁ କୁହାଯାଇଛି ଯେ, ପୁରା ବିଲ ପୈଠ କରିବାକୁ ପଡିବ । ଅନ୍ୟପଟେ ସୋସିଆଲ ମିଡିଆରେ ବିଦ୍ୟୁତ ବିଲ୍‌ ଭାଇରାଲ ହେବା ପରେ ଏଥିରେ ସୁଧାର କରାଯିବ ବୋଲି ଜଣାଯାଇଛି ।

ଗରିବ ପରିବାର ଉପରେ ବିଦ୍ୟୁତ ମାଡ, ବିଲ୍‌ ଆସିଛି 1.25 ଲକ୍ଷ

ସୂଚନା ଯେ, ଏକ ଟଙ୍କାରେ ଏକ ୟୁନିଟରେ ବିଦ୍ୟୁତ ଦେବା ପାଇଁ ମଧ୍ୟପ୍ରଦେଶ ସରକାର ଦାବି କରିଥିଲେ, କିନ୍ତୁ ଏହି ଦାବିର ମୂଳ ବାସ୍ତବତା ଅନ୍ୟ କିଛି ବୋଲି ଏହି ଘଟଣା ପ୍ରମାଣିତ କରୁଛି । ଯଦି ଜଣେ ଗରିବଙ୍କ ଘର 1.25 ଲକ୍ଷ ବିଦ୍ୟୁତ ବିଲ ପହଞ୍ଚେ, ତେବେ ଗରିବଙ୍କୁ ଘର ବିକ୍ରୟ କରି ବିଦ୍ୟୁତ ବିଲ୍‌ ପୈଠ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ରାଜ୍ୟ ସରକାରଙ୍କ କହିବା ଓ ଏହାକୁ କାର୍ଯ୍ୟକାରୀ କରିବା ପ୍ରହସନ ପାଲଟିଛି ।

ମଧ୍ୟପ୍ରଦେଶର ସତନା ଜିଲ୍ଲାର ବାଜରା ଟୋଲା ଜୁଲେଲାଲ ମନ୍ଦିର ନିବାସୀ ତୁଲସୀ ସୋଧିଆ, ସ୍ବାମୀ ପ୍ରେମଲାଲ ସୋଧିଆଙ୍କ ଘରକୁ ଆସିଛି 1.25 ଲକ୍ଷର ବିଜୁଳି ବିଲ୍‌ । ସେମାନଙ୍କ ଘରର ବିଦ୍ୟୁତ୍ ବିଲ କେବେ ହେଲେ 100 ଟଙ୍କା ଅତିକ୍ରମ କରିନଥିଲା । ମାତ୍ର ବର୍ତ୍ତମାନ ଲଗାତାର ତିନିମାସ ପାଇଁ 1 ଲକ୍ଷରୁ ଅଧିକ ବିଲ୍ ଅତ୍ୟନ୍ତ ଆସିଛି । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଗୋଟିଏ କୋଠରୀରେ ରୁହନ୍ତି । ଘରେ ଗୋଟିଏ ଫ୍ୟାନ୍ ଏବଂ ବଲବ । ଏପରିସ୍ଥଳେ ବିଜୁଳି ବିଲ 125163 ଟଙ୍କା ଆସିଛି ।

ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ନିକଟରେ ନିବେଦନ କରିବା ପରେ ମଧ୍ୟ ସେମାନଙ୍କର ବିଲରେ ସୁଧାର କରାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଥିଲେ । ତେଣୁ ମହିଳା ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

ଶେଷରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଦ୍ୟୁତ ବିଭାଗ ଏହା ଉପରେ ବିଚାର କରି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.