ETV Bharat / bharat

ବିହାର ବିଧାନସଭା ନିର୍ବାଚନ; ନିର୍ବାଚନ ଆୟୋଗ ଜାରି କଲା ଗାଇଡ ଲାଇନ

author img

By

Published : Aug 21, 2020, 5:46 PM IST

କୋରୋନା ସଂକଟ ବେଳେ ମଧ୍ୟ ଦେଶରେ ସ୍ଥଗିତ ହେବ ନାହିଁ ନିର୍ବାଚନ । ବିଭିନ୍ନ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗ ଜାରି କଲେ ଗାଇଡ ଲାଇନ । କ’ଣ ରହିଛି ନିର୍ଦ୍ଦେଶନାମା ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Election Commission of India
Election Commission of India

ନୂଆଦିଲ୍ଲୀ: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗାଇଡ ଲାଇନ ଜାରି କରିଛନ୍ତି । ଜାରି ହୋଇଥିବା ଗାଇଡ ଲାଇନ କେବଳ ବିହାର ବିଧାନସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ । ଗାଇଡ ଲାଇନ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅନଲାଇନ ଯୋଗେ ନାମାଙ୍କନ ପତ୍ର ଦାଖଲ କରିବେ ।

PHOTO
ନିର୍ବାଚନ ଆୟୋଗ ଜାରି କଲେ ଗାଇଡ ଲାଇନ

ସେହିପରି ଜମା ଅର୍ଥ ମଧ୍ୟ ଅନଲାଇନରେ ଡିପୋଜିଟ କରିବେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ନିର୍ବାଚନ ଇତିହାସରେ ଅନଲାଇନରେ ସିକ୍ୟୁରିଟି ଅର୍ଥ ଜମା କରିବେ ପ୍ରାର୍ଥୀ । ଏହବାଦ ଘରକୁ ଘର ଯାଇ ପ୍ରଚାର କରିବା ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ସହ ଅତିବେଶୀରେ 5 ଜଣ ଯାଇପାରିବେ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆୟୋଗ ସ୍ପଷ୍ଟ କରିଛନ୍ତି । ଗୃହମନ୍ତ୍ରଣାଳୟର ଅନୁମତି ପରେ ସାର୍ବଜନୀନ ସଭା ଓ ରୋଡ ଶୋ’ କରି ପାରିବେ ରାଜନୈତିକ ଦଳ । ସେହିଭଳି ଭିନ୍ନକ୍ଷମ ବୃଦ୍ଧ ବୃଦ୍ଧାଙ୍କ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା ହେବ । ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆୟୋଗ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜାରି ଗାଇଡ ଲାଇନରେ ଉଲ୍ଲେଖ କରିଛନ୍ତି ।

PHOTO
ନିର୍ବାଚନ ଆୟୋଗ ଜାରି କଲେ ଗାଇଡ ଲାଇନ

ସେହିଭଳି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଗ୍ଲୋବସ, ସାନିଟାଇଜର, ମାସ୍କ, ଥର୍ମାଲ ସ୍କ୍ରିନିଂ, ପିପିଇ କିଟ ବ୍ୟବହାର ଓ ସାମାଜିକ ଦୂରତା କଡାକଡି ପାଳନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.