ETV Bharat / bharat

କୋରୋନା ପ୍ରଭାବ, ଉପନିର୍ବାଚନ ରଦ୍ଦ କଲେ ନିର୍ବାଚନ ଆୟୋଗ

ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ଉପନିର୍ବାଚନ ରଦ୍ଦ କରିଛନ୍ତି । କେତେକ ରାଜ୍ୟରେ ଏହି ଉପନିର୍ବାଚନ ସେପ୍ଟେମ୍ବର 7 ସୁଦ୍ଧା ହେବାର ଥିଲା ।

 ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ
author img

By

Published : Jul 23, 2020, 4:48 PM IST

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ଉପନିର୍ବାଚନ ରଦ୍ଦ କରିଛନ୍ତି । କେତେକ ରାଜ୍ୟରେ ଏହି ଉପନିର୍ବାଚନ ସେପ୍ଟେମ୍ବର 7 ସୁଦ୍ଧା ହେବାର ଥିଲା । କିନ୍ତୁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ଏହି ସମସ୍ତ ନିର୍ବାଚନ ରଦ୍ଦ କରାଯାଇଛି । ତେବେ ସ୍ଥିତି ସାମାନ୍ୟ ହେବାପରେ ଉପନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କର 22 ଜଣ ସମର୍ଥକ କଂଗ୍ରେସ ଏବଂ ମଧ୍ୟ ପ୍ରଦେଶ ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ସେମାନେ ବିଜେପିରେ ଯୋଗ ଦେଇଥିଲେ । ତେବେ ଏହି 22 ବିଧାନସଭା ଆସନ ପାଇଁ ନିର୍ବାଚନ ସେପ୍ଟେମ୍ବର 10 ପୂର୍ବରୁ ଅନୁଷ୍ଠିତ ହେବାର ଥିଲା ।

ମଧ୍ୟପ୍ରଦେଶ ବ୍ୟତୀତ ଆସାମ, କେରଳ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ଉତ୍ତରପ୍ରଦେଶ, ଏବଂ ଝାଡଖଣ୍ଡର ମଧ୍ୟ ଆଠଟି ବିଧାନସଭା ଆସନ ଖାଲି ରହିଛି । ସେନେଇ ସେପ୍ଟେମ୍ବର ସୁଦ୍ଧା ଉପ-ନିର୍ବାଚନ ହେବାର ଥିଲା । କିନ୍ତୁ କୋରୋନା ମହାମାରୀ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ଏହାକୁ ରଦ୍ଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.