ETV Bharat / bharat

ନଭେମ୍ବର 25ରେ ପଶ୍ଚିମବଙ୍ଗ-ଉତ୍ତରାଖଣ୍ଡ ଉପନିର୍ବାଚନ - ପଶ୍ଚିମବଙ୍ଗ-ଉତ୍ତରାଖଣ୍ଡ ଉପନିର୍ବାଚନ

ପଶ୍ଚିମବଙ୍ଗ ବିଧାନସଭାରେ ଖାଲି ପଡ଼ିଥିବା ୩ଟି ଏବଂ ଉତ୍ତରାଖଣ୍ଡ ବିଧାନସଭାର ଗୋଟିଏ ଆସନ ପାଇଁ ଆସନ୍ତା ନଭେମ୍ବର ୨୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଫାଇଲ ଫଟୋ
author img

By

Published : Oct 25, 2019, 6:04 PM IST

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ଦିନକ ପରେ ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗ ବିଧାନସଭାରେ ଖାଲି ପଡ଼ିଥିବା ୩ଟି ଏବଂ ଉତ୍ତରାଖଣ୍ଡ ବିଧାନସଭାର ଗୋଟିଏ ଆସନ ପାଇଁ ଆସନ୍ତା ନଭେମ୍ବର ୨୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ନିର୍ବାଚନ କମିଶନ କହିଛନ୍ତି ।

ଉତ୍ତରାଖଣ୍ଡର ପିଥୋରାଗଡ଼ ଓ ପଶ୍ଚିମବଙ୍ଗର କାଲିଆଗଞ୍ଜ, କରିମ୍‌ପୁର ଓ ଖଡ଼ଗପୁର ସଦର ବିଧାନସଭା ଆସନ ପାଇଁ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଉପନିର୍ବାଚନ ପାଇଁ ନଭେମ୍ବର 25 ରେ ମତଦାନ ହେବ ଏବଂ ନଭେମ୍ବର 28 ରେ ଫଳାଫଳ ଘୋଷଣା ହେବ ।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡରେ ସ୍ଥାନୀୟ ନିର୍ବାଚନ ଏବଂ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ଉପନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ମଧ୍ୟ ଆସନ୍ତା ଡିସେମ୍ବରରେ ଉପନିର୍ବାଚନ ହୋଇପାରେ ବୋଲି ଜଣା ପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.