ରାଞ୍ଚି: ଝାଡଖଣ୍ଡର ଦଦୁ ନାମରେ ଖୁବ ପରିଚିତ ପଶ୍ଚିମ ସିଂହ ଭୁମ ଜିଲ୍ଲାର 78 ବର୍ଷୀୟ ଟିପରିୟା ତିୟୁ । ସେ ଯେବେ ଦୌଡିବା ଆରମ୍ଭ କରିଥିଲେ ଭାବି ନଥିଲେ, ସେ ଦିନେ ଏତେ ସମ୍ମାନ ଆଉ ମେଡାଲର ଅଧିକାରୀ ହେବେ । ଆନ୍ତଃଜିଲ୍ଲା, ଜାତୀୟ, ଏସିଆଡ ଠାରୁ ଆରମ୍ଭ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ହେଉଥିବା ସମସ୍ତ ଆଥେଲେଟିକ ପ୍ରତିଯୋଗୀତାରେ ଟିପରିୟା 106ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 600ଟି ମେଡାଲ ହାସିଲ କରିଛନ୍ତି ଟିପିରିୟା ।
19 ବର୍ଷ ବୟସରେ ଟିପିରିୟାଙ୍କ ଆରମ୍ଭ ହୋଇଥିଲା ଯାତ୍ରା-
ଟିପରିୟା ଙ୍କ କହିବାନୂଯାୟୀ, ସେ 19 ବର୍ଷ ବୟସରେ 1961 ମସିହାରେ କଲେଜ ପଢିବାବେଳେ ତାଙ୍କ ଆଥଲେଟିକ କ୍ୟାରିୟର ଆରମ୍ଭ କରିଥିଲେ । ସେହି ସମୟରେ ଟାଟା କଲେଜ ପକ୍ଷରୁ ରାଞ୍ଚି ୟୁନିଭରସିଟି ଆଥେଲିଟ୍ସ ପ୍ରତିଯୋଗୀତାର ଆନୁଆଲ ଚମ୍ପିଆନସିପରେ ବ୍ରୋଞ୍ଚ ମେଡାଲ ଜିତିଥିଲେ । ଏହାପର ଠାରୁ ସେ ପଛକୁ ବୁଲି କେବେ ଦେଖିନାହାନ୍ତି । ତେବେ ଜଣେ ବୃଦ୍ଧଙ୍କର କଥାରେ ପ୍ରେରୀତ ହୋଇ ସେ ଦୌଡିବାର ସଙ୍କଳ୍ପ ନେଇଥିଲେ ।
ଟାଟା ଷ୍ଟିଲରେ 30 ବର୍ଷ
ନିଜର ପ୍ରତିଭା ବଳରେ ଟପରିୟା ତିୟୁ ଟାଟା ଷ୍ଟିଲରେ 1971 ମସିହାରୁ ଆରମ୍ଭ କରି 30 ବର୍ଷ ପର୍ଯ୍ୟନ୍ତ ସିନିୟର ସ୍ପୋର୍ଟସ ଅର୍ଗାନାଇଜର ପଦବୀରେ ରହିଥିଲେ । ଖାଲି ସେତିକି ନୁହେଁ ସେ ତାପରେ ଦେଶବିଦେଶରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ମାଲେସିଆ, ଶ୍ରୀଲଙ୍କା, ଆମେରିକା ଓ ବ୍ରାଜିଲରେ ଅତି ଉନ୍ନତ ମାନର ପ୍ରଦର୍ଶନ କରି ଅନେକ ନାଁ ଅର୍ଜନ କରିଛନ୍ତି । ଟାଟା ଷ୍ଟିଲରୁ 2006 ମସିହାରେ ଚାକିରିରୁ ଇସ୍ତଫା ଦେବାପରେ ମଧ୍ୟ ସେ ନିଜର ଅଭ୍ୟାସ ଜାରି ରଖିଥିଲେ ।
ଦେଶ-ବିଦେଶରୁ ଜିତିଛନ୍ତି ଅନେକ ମେଡାଲ
1962 ମସିହାରେ ଟଟା କଲେଜର ଆନୁଆଲ ସ୍ପୋର୍ଟସ ମିଟିରେ ରୋପ୍ୟ ଓ 1964ରେ 400, 800 ଓ 1500 ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଓପନ ବିହାର ଷ୍ଟେଟ ଆଥେଲିଟ ଠାରୁ ଆରମ୍ଭ କରି ନ୍ୟାସନାଲ ଭେଟେରାନ କ୍ରସ କଣ୍ଟ୍ରି ରେସ, ଭେଟେରାନ ଚମ୍ପିଆନସିପ ସହିତ ପ୍ରାୟ 115ଟି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଆଉ ସମସ୍ତ ପ୍ରତିଯୋଗୀତାରେ ସେ ଦମଦାର ପ୍ରଦର୍ଶନ କରିଥିଲେ ।
ସେ 2010 ମସିହାରେ ମାଲେସିଆରେ ଅନୁଷ୍ଠିତ ହୋଇଥିବା 16 ତମ ଆଥେଲେଟିକ୍ସ ଚମ୍ପିୟାନସିପରେ 3ଟି ସ୍ବର୍ଣ୍ଣ, 1 ରୌପ୍ୟ ଓ 2ଟି ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏହିଭଳି ଭାବେ ସେ ଅନେକ ଗୁଡିକ ପଦକ ହାସଲ କରିଛନ୍ତି । ଟିପରିୟା 78 ବୟସରେ ମଧ୍ୟ ଯୁବକ ମାନଙ୍କୁ ଦୌଡରେ ହରାଇଦେଉଛନ୍ତି । ଅଦ୍ୟାବିଧି ସେ 1300 ଆଥଲେଟ୍ସ ମାନଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି ।
ଟିପରିୟା ତିୟୁଙ୍କ କହିବାନୂଯାୟୀ, ମୁଁ ଚାହୁଁଛି ଏଠାକାର ଯୁବକ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ସ୍ତରରେ ଆଥେଲେଟିକ୍ସରେ ସ୍ବର୍ଣ୍ଣ ପଦକ ଯିତନ୍ତୁ । ଯାଉଁଥିପାଇଁ ସେ ଏକ ଆଥଲେଟିକ୍ସ ଏକାଡେମୀ ଖୋଲିବାକୁ ଇଚ୍ଛା ରଖିଛନ୍ତି ।