ETV Bharat / bharat

ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ପାଇବେ ଜାତୀୟ ପୁରସ୍କାର - National Award

ପ୍ରଥମଥର ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ(ଇଏମଆରଏସ)ର ଜଣେ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଧିକ ପଢନ୍ତୁ...

ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

author img

By

Published : Aug 28, 2020, 5:27 PM IST

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ(ଇଏମଆରଏସ)ର ଜଣେ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉତ୍ତରାଖଣ୍ଡର ଡେରାଡୁନ୍‌ର ଇଏମଆରଏସ-କାଲସିର ଉପାଧ୍ୟକ୍ଷ ସୁଧା ପେନୁଲି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତିନି ପର୍ଯ୍ୟାୟର ମନୋନୀତ ପ୍ରକ୍ରିୟା ପରେ 47 ଜଣ ମଧ୍ୟରୁ ତାଙ୍କ ନାମକୁ ଚୟନ କରାଯାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ), ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଗଠନ କରିଥିଲା । ଏହି ବିଭାଗ ପକ୍ଷରୁ ଜାତୀୟ ପୁରସ୍କାର( NAT)ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଥିଲା ।

ଚଳିତ ବର୍ଷର ଜାତୀୟ ପୁରସ୍କାର ବିଜେତା ପାଇବାକୁ ଥିବା ସୁଧା ପେନୁଲି ଏକଲବ୍ୟ ବିଦ୍ୟାଳୟର ପ୍ରଥମ ଶିକ୍ଷକ ଭାବେ ପୁରସ୍କାର ପାଇବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୁଧା ପେନୁଲି ଉତ୍ତରାଖଣ୍ଡର ଡେରାଡୁନ୍‌ର ଇଏମଆରଏସରେ ଜନ୍ମଦିନ ଉଦ୍ୟାନ, ଶିକ୍ଷା ଥିଏଟର, ଏକଲବ୍ୟ ଆଦିବାସୀ ସଂଗ୍ରହାଳୟ ଏବଂ ଦକ୍ଷତା ବିକାଶ କର୍ମଶାଳା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ତାଙ୍କର ନିରନ୍ତର ସଫଳତା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପ୍ରୟାସକୁ ଶିକ୍ଷାନୁଷ୍ଠାନ ଶିକ୍ଷା ଏବଂ ଆଦିବାସୀ ଛାତ୍ରମାନଙ୍କ ସର୍ବାଙ୍ଗୀନ ବିକାଶ କରିପାରିଥିବା ପ୍ରକାଶ କରାଯାଇଛି। ଏହି ସଫଳତା ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପେନୁଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.