ETV Bharat / bharat

କୋରୋନା ଭୟ: ଗୁଜୁରାଟରେ 8 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ 82

ଗୁଜୁରାଟରେ ପୁଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି । ଗତ 24 ଘଣ୍ଟାରେ 8 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ।

_corona upadate
ଗୁଜୁରାଟରେ 8 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Apr 2, 2020, 9:52 AM IST

ଗାନ୍ଧୀନଗର: ଗୁଜୁରାଟରେ ପୁଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି । ଗତ 24 ଘଣ୍ଟାରେ 8 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଗୁଜୁରାଟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 82ରେ ପହଞ୍ଚିଛି । ସେହିପରି 82 ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ଆକ୍ରାନ୍ତ ସୁସ୍ଥ ଥିବାବେଳେ ଆଉ 6 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଚିହ୍ନଟ ହୋଇଥିବା 8 ନୂଆ ଆକ୍ରାନ୍ତ ଅହମ୍ମଦାବାଦର ବୋଲି ଜଣାପଡିଛି । ଏହାଛଡା 66 ଆକ୍ରାନ୍ତ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ 3 ଜଣ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ଆବଶ୍ୟକତା ଥିବା ଗୁଜୁରାଟ ସ୍ବାସ୍ଥ୍ୟବିଭାଗର ମୁଖ୍ୟ ସଚିବ ଜୟନ୍ତୀ ଦେବୀ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଭାରତରେ ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ବର୍ତ୍ତମାନ ସୁଦ୍ଧା 1834 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 41 ଜଣ ପ୍ରାଣ ହରାଇ ସାରିଲେଣି । ଏହାଛଡା ଦେଶରେ 1634 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 144ଜଣ ସୁସ୍ଥ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.