ETV Bharat / bharat

ଇଦ୍ ମୁବାରକ୍, ମୁସଲିମ ଭାଇଭଉଣୀଙ୍କ ମୋଦିଙ୍କ ଶୁଭେଚ୍ଛା - COVID-19 lockdown

ମୁସଲିମ ଭାଇ ଓ ଭଉଣୀଙ୍କୁ ସେମାନଙ୍କ ଏହି ପବିତ୍ର ପର୍ବ ଇଦର ଶୁଭେଚ୍ଛା ଜଣାଇନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବିଶେଷ ଉତ୍ସବ ଦୟା, ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଆତ୍ମାକୁ ଆଗକୁ ସୁଦୃଢ କରିବ। ସମସ୍ତେ ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ ବୋଲି'' ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି।

ଇଦ୍ ମୁବାରକ୍, ମୁସଲିମ ଭାଇଭଉଣୀଙ୍କ ମୋଦିଙ୍କ ଶୁଭେଚ୍ଛା

author img

By

Published : May 25, 2020, 9:20 AM IST

ନୂଆଦିଲ୍ଲୀ: ଆଜି ସାରାଦେଶରେ ପାଳନ ହେବ ଇଦ୍ । ହେଲେ ପ୍ରତିବର୍ଷ ପରି ଏହି ପର୍ବ ଧୁମଧାମରେ ନହୋଇ ଅତି ନିରାଡମ୍ବର ଭାବେ ପାଳନ କରାଯିବ। ମୁସଲିମ ଭାଇ ଓ ଭଉଣୀଙ୍କୁ ସେମାନଙ୍କ ଏହି ପବିତ୍ର ପର୍ବ ଇଦର ଶୁଭେଚ୍ଛା ଜଣାଇନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦେଶରେ କୋରୋନା ପାଇଁ କଟକଣା ଲାଗିରହିଥିବାରୁ ମସଜିଦ୍ ନଆସି ଘରେ ପ୍ରାର୍ଥନା କରିବାକୁ ମୁସଲମାନ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛି।

''ଇଦ୍-ଉଲ୍-ଫିତରର ଶୁଭେଚ୍ଛା । ଏହି ବିଶେଷ ଉତ୍ସବ ଦୟା, ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଆତ୍ମାକୁ ଆଗକୁ ସୁଦୃଢ କରିବ। ସମସ୍ତେ ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ ବୋଲି'' ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି। ଏହାସହ ଜାତୀୟ ରାଜଧାନୀରେ ଜାମା ମସଜିଦ, କୋଭିଡ୍ 19 ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦରେ ଆଜି ବନ୍ଦ ରହିବ ।

ଏହାପୂର୍ବରୁ ରବିବାର ଦିଲ୍ଲୀର ବିଶିଷ୍ଟ ମୁସଲମାନ ଧର୍ମଗୁରୁମାନେ ସୋମବାର ଦିନ କୋରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ପାଳନ କରି ଇଦ୍-ଉଲ୍-ଫିଟର ମନେଇବାକୁ ଲୋକଙ୍କୁ ନିବେଦନ କରିଥିଲେ।

ଫତେହପୁରୀ ମସଜିଦ୍ ମୁଫତି ମୁକାରାମ ଅହମ୍ମଦଙ୍କ ଶାହି ଇମାମ କହିଛନ୍ତି ଯେ ପବିତ୍ର ରମଜାନ ମାସର ସମାପ୍ତି ପାଳନ କରି ସୋମବାର ଦିନ ଚନ୍ଦ୍ର ଦର୍ଶନ ହେବ ଏବଂ ଇଦ୍ ପାଳନ କରାଯିବ।

ଜାମା ମସଜିଦ୍ ଶାହି ଇମାମ ସୟଦ ଅହମ୍ମଦ ବୁଖାରୀ ଲୋକମାନଙ୍କୁ ଇଦ୍‌କୁ ସରଳତାର ସହ ପାଳନ କରିବାକୁ ନିବେଦନ କରିଥିଲେ ଏବଂ ମହାମାରୀ ସଙ୍କଟ ସମୟରେ ଗରିବ ଲୋକ ଏବଂ ସେମାନଙ୍କ ପଡ଼ୋଶୀମାନଙ୍କୁ ସହାୟତାର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.