ETV Bharat / bharat

750 କୋଟି ଅନିୟମିତତାର ଯାଞ୍ଚ କରିବ ଇଡି: ଫସିବେ ଜିଭିକେ ଗ୍ରୁପ-MIAL

author img

By

Published : Jul 28, 2020, 3:59 PM IST

ଜିଭିକେ ଗ୍ରୁପ୍, ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ଓ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସମ୍ପର୍କରେ ମଙ୍ଗଳବାର ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ଖୋଜାଖୋଜି ଆରମ୍ଭ କରିଛି।

ED raids multiple premises
750 କୋଟି ଅନିୟମିତତାର ଯାଞ୍ଚ କରିବ ଇଡି

ନୂଆଦିଲ୍ଲୀ: ଜିଭିକେ ଗ୍ରୁପ୍, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ଓ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସମ୍ପର୍କରେ ମଙ୍ଗଳବାର ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ଖୋଜାଖୋଜି ଆରମ୍ଭ କରିଛି। ମୁମ୍ବାଇ ବିମାନବନ୍ଦର ଚଳାଇବାରେ 705 କୋଟି ଟଙ୍କାର ଅନିୟମିତତା ଘଟଣାର ଯାଞ୍ଚ କରିବ ଇଡି ।

ମୁମ୍ବାଇ ଓ ହାଇଦ୍ରାବାଦର 9ଟି ସ୍ଥାନରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଚଢାଉ କରାଯାଉଛି ବୋଲି ଅଧିକାରୀ କହିଛନ୍ତି। ଏଥିରେ ଜିଭିକେ ଗ୍ରୁପ୍, ଏମଆଇଏଏଲ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସୂଚନା ମିଳିଛି । କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଚଳିତ ମାସ ଆରମ୍ଭରେ PMLA ଅଧୀନରେ ଏକ କାର୍ଯ୍ୟକାରୀ ମାମଲା ସୂଚନା ରିପୋର୍ଟ ଦାଖଲ କରିଛି।

ତେବେ ଏହି ଅର୍ଥ ବେଆଇନ ଭାବେ ସଂଗ୍ରହ କରାଯାଇଛି କି ନାହିଁ ସେ ନେଇ ଯାଞ୍ଚ କରିବ ଇଡି । ଇଡି ଓ ସିବିଆଇ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ର ପାଣ୍ଠିରୁ 705 କୋଟି ଟଙ୍କା ଜବତ କରିଛି । ଏହା ଜିଭିକେ ବିମାନବନ୍ଦର ହୋଲ୍ଡିଂ ଲିମିଟେଡ୍ ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟରେ ସରକାରୀ-ବେସରକାରୀ ଭାଗିଦାରୀ (ପିପିପି) ଅଧୀନରେ ଏକ ମିଳିତ ଉଦ୍ୟୋଗ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.