ETV Bharat / bharat

ଆଜି ଇଡିରେ ହାଜର ହେବେ ଶିବକୁମାର

author img

By

Published : Aug 30, 2019, 10:21 AM IST

ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାମ୍ନାରେ ଆଜି ହାଜର ହେବେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର । ଗତ ଗୁରବାର ଶିବକୁମାରଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନ ଖାରଜ କରି ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ(ଇଡି) ହାଜର ହୋଇପାରନ୍ତି । ଗତକାଲି ତାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ଇଡିର ସମନକୁ ରଦ୍ଦ କରିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ ।

ତାଙ୍କର ଆବେଦନ କୋର୍ଟରେ ଖାରଜ ହୋଇଯିବା ପରେ ଇଡିରେ ହାଜର ହେବେ ଶିବକୁମାର । ଦିଲ୍ଲୀ ଯିବା ପାଇଁ ବେଙ୍ଗାଲୁରୁରେ ସେ ଦିନ 11ଟାରେ ଟିକଟ ବୁକ କରିଛନ୍ତି । ଇଡିରେ ହାଜର ହେବା ନେଇ ନିଜ ପଟୁ ଜଣାଇ ଦେଇଛନ୍ତି ଶିବକୁମାର । ଅନ୍ୟପକ୍ଷେରେ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ତାଙ୍କର ସମର୍ଥକ ଏକାଠି ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ତାଙ୍କ ନାମରେ ରହିଛି । 2017ରେ ଆୟକର ବିଭାଗ ଏହି ଅଭିଯୋଗରେ 64ଟି ଜାଗାରେ ଚଢାଉ କରିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.