ନୂଆଦିଲ୍ଲୀ: ନିଲମ୍ବିତ ଆପ୍ କର୍ପୋରେଟର ତାହିର ହୁସେନଙ୍କ ପାଇଁ ବଢିଲା ଅଡୁଆ । ଦିଲ୍ଲୀ ହିଂସା ପାଇଁ ଗିରଫ ହୋଇଥିବା ତାହିରଙ୍କ ନାମରେ ଆର୍ଥିକ ଅନିୟମିତତାର ଅଭିଯୋଗ କରି ଇଡି ରୁଜୁ କଲା ମାମଲା ।
ତାହିରଙ୍କ ଏବେ ପୋଲିସ ହେପାଜତରେ ରହିଛି । ଦିଲ୍ଲୀ ହିଂସା ସମୟରେ ଆଇବି ଅଧିକାରୀ ଅଙ୍କିତଙ୍କ ହତ୍ୟା ଅଭିଯୋଗରେ ପୋଲିସ ତାହିରଙ୍କୁ ଗିରଫ କରିଛି । ମାର୍ଚ୍ଚ 5ତାରିଖରେ କୋର୍ଟରେ ଅଗ୍ରୀମ ଜାମିନ ଖାରଜ ହେବା ପରେ ପୋଲିସ ତାହିରଙ୍କୁ ଗରିଫ କରିଥିଲା ।
ସୂଚନାଥାଉକି, ଆଜି ଦିଲ୍ଲୀ ହିଂସା ଲାଗି ତାହିର ହୁସେନଙ୍କ ତିନି ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ