ETV Bharat / bharat

ମହାମାରୀରେ ବି ମଦ'ର ବନ୍ୟା, ଭୋକିଲା ବନାମ ମଦ୍ୟପର ଭିନ୍ନ ସମୀକରଣ

ଏଠି ମହାମାରୀରେ ବି ଛୁଟୁଛି ମଦ'ର ବନ୍ୟା। ଏକ ଖରାପ ଆବଶ୍ୟକତା ବି ନେଉଛି ପ୍ରତିଯୋଗିତାର ହୀନ ରୂପ ! ଯେଉଁଠି ଖାଦ୍ୟ, ଔଷଧ, ଜୀବନ ପାଇଁ ସଂଘର୍ଷ ଚାଲିଛି, ସେଠି ପୁଣି ମଦ କିଣିବାକୁ ଧାଡିରେ ଛିଡା ହେଇ ଆଗ ଵୋତଲ୍ ନେଵା ପାଇଁ ହେଉଛି ଟଣାଓଟରା !

government-to-open-alcohol-shops
ମହାମାରୀରେ ବି ମଦ'ର ବନ୍ୟା, ଭୋକିଲା ବନାମ ମଦ୍ୟପର ଭିନ୍ନ ସମୀକରଣ
author img

By

Published : May 6, 2020, 2:28 PM IST

ନୂଆଦିଲ୍ଲୀ: ଏଠି ମହାମାରୀରେ ବି ଛୁଟୁଛି ମଦ'ର ବନ୍ୟା। ଏକ ଖରାପ ଆବଶ୍ୟକତା ବି ନେଉଛି ପ୍ରତିଯୋଗିତାର ହୀନ ରୂପ ! ଯେଉଁଠି ଖାଦ୍ୟ, ଔଷଧ, ଜୀବନ ପାଇଁ ସଂଘର୍ଷ ଚାଲିଛି, ସେଠି ପୁଣି ମଦ କିଣିବାକୁ ଧାଡିରେ ଛିଡା ହେଇ ଆଗ ଵୋତଲ୍ ନେଵା ପାଇଁ ହେଉଛି ଟଣାଭିଡା ! କୋରୋନା ପରି ଭୟଙ୍କର ତଥା ଗମ୍ଭୀର ପରିସ୍ଥିତିରେ ଏହା ସମଗ୍ର ଦେଶରେ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ।

ତଥ୍ୟ ଆଧାରରେ ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ ପିଉଛନ୍ତି। ଯଦି ଏକ ବୋତଲ ମଦ'ର ମୂଲ୍ୟ ହାରାହାରି ୫୦୦ ଟଙ୍କା, ତେବେ ଏହି ସମସ୍ତ ବ୍ୟକ୍ତି ୮୦୦୦ କୋଟି ଟଙ୍କା ମୂଲ୍ୟର ମଦ ପିଉଛନ୍ତି। ଉଲ୍ଲେଖଯୋଗ୍ୟ, ଖାଦ୍ୟର ହାରାହାରି ଥାଳି ମୂଲ୍ୟ ୩୦ ଟଙ୍କା ଅଟେ। ଯଦି ଏହି ୧୬ କୋଟି ଲୋକ ଏଭଳି ସ୍ଥିତିରେ ଗରୀବ ଲୋକଙ୍କୁ ଖାଇବାକୁ ଦେବେ ତେବେ ପ୍ରାୟ ୪.୫ କୋଟି ଭାରତୀୟଙ୍କୁ ଏକ ମାସ ପାଇଁ ଖାଦ୍ୟ ଯୋଗାଇ ଦିଆ ଯାଇପାରିବ। ମଦ।ପାଇଁ ହେଉଥିଵା ଖର୍ଚ୍ଚରେ ଭୋକିଲା ମୁହଁରେ ଆହର ପଡିଵ। ହେଲେ ଏ ଭୋକିଲା ଵନାମ ମଦ୍ୟପ ସମୀକରଣର ରୂପରେଖକୁ ଏକ ଭଦ୍ର ସମାଜ ସହଜରେ ଗ୍ରହଣ କରି ପାରୁନାହୁଁ। ସରକାର ବି ଟ୍ୟାକ୍ସ୍ ଆଳରେ ନିରଵଦ୍ରଷ୍ଟା ପାଲଟିଛନ୍ତି।

ମଦ ବିକ୍ରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେବା ପରେ, ସୋମବାର ଦିନ ସାରା ଦେଶରେ ମଦ ଦୋକାନ ଏବଂ ଭେଣ୍ଡର୍ ଖୋଲିଛି। ବହୁ ଲୋକ ମଦ ଭେଣ୍ଡର୍ ବାହାରେ ଧାଡିରେ ରହି, ସାମାଜିକ ଦୂରତା ନୀତି ଅବଲମ୍ବନ କରିଥିଲେ। ମଙ୍ଗଳବାର ଦିନ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେହେତୁ ସମଗ୍ର ଦେଶରେ ମଦ ଦୋକାନ ବାହାରେ ଧର୍ଯ୍ୟହରା ଜନତା ସେମାନଙ୍କ ପ୍ରିୟ ପାନୀୟ ବୋତଲ କିଣିବାକୁ ଠେଲାଠେଲି ହୋଇ ଥଟ୍ଟା କରୁଥିଲେ। ସତରେ ଏହା ଦୁଃଖ ଓ ପରିତାପର ବିଷୟ।

ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ସରକାର ମଦ୍ୟପାନ ଉପରେ ୭୦ ପ୍ରତିଶତ ସ୍ଵତନ୍ତ୍ର କରୋନା ଫି' ଘୋଷଣା କରିଥିବା ବେଳେ ଅନେକ କିଲୋମିଟର ଲମ୍ବା ଧାଡିରେ ଠିଆ ହୋଇଥିବାରୁ ଲୋକମାନେ ନିରାଶ ହୋଇନଥିଲେ। ମେ’ର ପ୍ରବଳ ଉତ୍ତାପରେ ଲୋକମାନେ ନିଜ ପସନ୍ଦର ମଦ କିଣିବା ପାଇଁ ଏକ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରତିବର୍ଷ ୨,୬୦,୦୦୦ ଲୋକ ମୃତ୍ୟୁବରଣ କରନ୍ତି, ମଦ୍ୟପାନ ହେତୁ ପ୍ରତି ଘଣ୍ଟାରେ ୨୯ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ପ୍ରତିଦିନ ୭୧୨ ଜଣଙ୍କର ମୃତ୍ୟୁ ହୋଇଥାଏ। ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ପ୍ରାୟ ୧୬ କୋଟି ଲୋକ ନିୟମିତ ଭାବରେ ମଦ୍ୟପାନ କରନ୍ତି। ଭାରତରେ ୨୧ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦିଆଯାଇ ନାହିଁ, କିନ୍ତୁ ୭୫% ଯୁବକ ୨୧ ବର୍ଷ ବୟସ ପୂର୍ବରୁ ପିଇବାକୁ ଶିଖନ୍ତି ବୋଲି ଭାରତର ବିଭିନ୍ନ ସହରରେ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି।

ଭାରତରେ ପ୍ରତିବର୍ଷ ହାରାହାରି ୫୯୪ ନିୟୁତ ଲିଟର ମଦ ବିକ୍ରି ହୁଏ, କିନ୍ତୁ ୨୦୨୨ ସୁଦ୍ଧା ମଦ୍ୟପାନର ବ୍ୟବହାର ୧୬୮୦ ନିୟୁତ ଲିଟରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୧୦ ରୁ ୨୦୧୭ ମଧ୍ୟରେ ଭାରତରେ ମୁଣ୍ଡପିଛା ମଦ୍ୟପାନର ବ୍ୟବହାର ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୦ ପର୍ଯ୍ୟନ୍ତ, ଭାରତର ଜଣେ ବ୍ୟକ୍ତି ହାରାହାରି ୪.୨୫ ଲିଟର ମଦ୍ୟପାନ କରୁଥିଲେ ଏବଂ ଏହା ବର୍ତ୍ତମାନ ପ୍ରାୟ ୬ ଲିଟରକୁ ବୃଦ୍ଧି ପାଇଛି । ସେମିତି ଉତ୍ତରପ୍ରଦେଶରେ ରିହାତିର ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ମୂଲ୍ୟର ମଦ ମାତ୍ର ୯ ଘଣ୍ଟା ମଧ୍ୟରେ ବିକ୍ରି ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସାଧାରଣ ଦିନରେ ରାଜ୍ୟରେ ପ୍ରତିଦିନ ୭୦ ରୁ ୮୦ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହେଉଛି। ସୋମବାର କର୍ଣ୍ଣାଟକରେ ୪୫ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା ଯେଉଁଠାରେ ଆଜି ବିକ୍ରୟ ଚାର୍ଟ ୧୯୭ କୋଟିରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.