ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଉଦ୍ଧବ ଠାକରେଙ୍କୁ ଆଶ୍ବସ୍ତି । ଖାଲି ପଡିଥିବା 9 ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ । ଆସନ୍ତା ମେ 21 ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ସହ ନିର୍ବାଚନ କରାଯିବା ।
ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ସାମ୍ବାଧିନିକ ସଙ୍କଟକୁ ଟାଳିବା ପାଇଁ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ । ସେ ଏନେଇ ନିର୍ବାଚନ କମିସନଙ୍କୁ ଚିଠି ଲେଖି ଖାଲି ପଡିଥିବା 9 ବିଧାନ ସଭା ପରିଷଦରେ ନିର୍ବାଚନ କରିବାକୁ ଜଣାଇଥିଲେ । କାରଣ ଉଦ୍ଧବ ଠାକରେ ରାଜ୍ୟ ବିଧାନସଭାର କୌଣସି ଗୃହରେ ସଦସ୍ୟ ନୁହଁନ୍ତି । ତେଣୁ ମେ 27 ସୁଦ୍ଧା ନିର୍ବାଚନ କରାନଗଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥାନ୍ତା ।
ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କୁ ଏମଏଲସି ଭାବେ ମନୋନୀତ କରିବାକୁ କ୍ୟାବିନେଟରୁ ଦୁଇଥର ପ୍ରସ୍ତାବ ପାରିତ କରିଥିଲେ। ଏହା ଉପରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀ ଦୀର୍ଘ ସମୟ ଚୁପ୍ ରହିଥିଲେ । ଏହା ପରେ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଥିଲେ । ଯାହା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମାପ୍ତ ହୋଇଥିବା ଜଣାପଡିଛି।