ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ନୂଆଦିଲ୍ଲୀ ବାସୀଙ୍କ ପାଇଁ ଖୁସି ଖବର । 2020 ଜାନୁାଆରୀ ପ୍ରଥମ ସପ୍ତାହ ସୁଦ୍ଧା ଦିଲ୍ଲୀରେ ନିର୍ବାଚନୀ ବିଗୁଲ ବାଜିପାରେ । ଏନେଇ ଗତକାଲି(ଗୁରୁବାର) ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ଉପସ୍ଥିତ ଥିଲେ, ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା, ଆଶୋକ ଲାଭାସ ଓ ସୁଶୀଲ ଚନ୍ଦ୍ର । ତେବେ ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ଦେଶର ରାଜଧାନୀରେ ବିଧାନସଭା ନିର୍ବାଚନକୁ ସ୍ବଚ୍ଚ ଓ ଅବୈଧ କରିବାକୁ ଆମେ ଚେଷ୍ଟା ଚଳାଇଛୁ । ଏହି ବୈଠକରେ ନିର୍ବାଚନ ସହିତ ଜଡିତ ଥିବା ପୋଲିସ ଏବଂ ପ୍ରଶାସନ ବ୍ୟବସ୍ଥା ସହ ଅନ୍ୟ ଦିଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।