ETV Bharat / bharat

ନିର୍ବାଚନ ଆୟୋଗଙ୍କ ନଜରବନ୍ଦୀରେ ସୋସିଆଲ ମିଡିଆ , ହଟୁଛି ବିବାଦୀୟ ପୋଷ୍ଟ - ec

ଏପ୍ରିଲ 11ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ନିର୍ବାଚନ ଆଚର ସଂହିତାରେ ବାଧା ସୃଷ୍ଟି କରୁଥିବା 500ରୁ ଉର୍ଦ୍ଧ୍ବ ପୋଷ୍ଟକୁ ହଟାଇଦେଇଛି ନିର୍ବାଚନ ଆୟୋଗ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 12, 2019, 5:35 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଏପ୍ରିଲ 11ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ତେବେ ଏହି ସମୟରେ ସୋସିଆଲ ସାଇଟର ଦୂରୁପଯୋଗକୁ ନିୟନ୍ତ୍ରିତ କରିଛି ନିର୍ବାଚନ ଆୟୋଗ । ନିର୍ବାଚନ ଆଚର ସଂହିତାରେ ବାଧା ସୃଷ୍ଟି କରୁଥିବା 500ରୁ ଉର୍ଦ୍ଧ୍ୱ ପୋଷ୍ଟକୁ ହଟାଇଦେଇଛି ।

ନିର୍ବାଚନ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଆୟୋଗ ନିଜ ଶକ୍ତି ଦେଖାଇଛି । ଟ୍ୱିଟର ଓ ଫେସବୁକ ସମେତ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ଯେତେ ବି ନିର୍ବାଚନ ଉଲଘଂନ କରିଥିବା ପୋଷ୍ଟ ଥିଲା ତାହାକୁ ତୁରନ୍ତ ଡିଲିଟ କରିଛି ଆୟୋଗ ।

ଗୁରୁବାର ଅର୍ଥାତ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ପରେ ଉପନିର୍ବାଚନ ଆୟୋଗ ଧୀରେନ୍ଦ୍ର ଓଝା କହିଛନ୍ତି ଯେ, ଭୋଟ ଦେବାର 48 ଘଣ୍ଟା ପୂର୍ବରୁ ପ୍ରଚାର ସରିବା ପରେ ଟ୍ୱିଟରରୁ ପୋଷ୍ଟକୁ ହଟାଯାଇଥିଲା । ଏଥିରୁ କିଛି ପୋଷ୍ଟକୁ ଫେକ ଆକାଣ୍ଟରୁ କରାଯାଇଥିଲା । ଯାହାକୁ ବ୍ଲକ ମଧ୍ୟ କରି ଦିଆଯାଇଛି ।

ସୂଚନା ମୁତାବକ, ସର୍ବାଧିକ 468 ପୋଷ୍ଟ ଫେସବୁକରୁ ହଟାଯାଇଛି । ଯେଉଁଥିରୁ ଅଧିକାଂଶ ମାମଲା ତେଲେଙ୍ଗାନା, କର୍ଣ୍ଣାଟକ ଓ ଆସାମର ରହିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.