ଜୟପୁର: କୋଭିଡ ଗାଇଡ ଲାଇନ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ରାଜସ୍ଥାନର ନଗର ଉନ୍ନୟନନ ଓ ହାଉସିଂ ବୋର୍ଡ ମନ୍ତ୍ରୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ । ଏକ ରୋଡ ସୋ ସମୟରେ କୋଭିଡ ପ୍ରୋଟକଲର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ମନ୍ତ୍ରୀ ଶାନ୍ତି ଧରୱାଲଙ୍କୁ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆୟୋଗଙ୍କ ଦୃଷ୍ଟିକୁ ଆସିଥିଲା ଏହି ଘଟଣା । ପରେ ଏହି ଘଟଣାକୁ ଗୁରୁତ୍ତର ସହ ନେଇ ଆୟୋଗ କାରଣ ଦର୍ଶାଓ ନୋଟିସ ଜାରି କରିଥିବା ଜଣା ପଡିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ୟାମ ସିଂ ରାଜପୁତ ଏକ ଚିଠି ଲେଖି ଜିଲ୍ଲା ନିର୍ବାଚନ ଅଧିକାରୀ ଉଜ୍ବଳ ରାଥୋଡଙ୍କୁ ଘଟଣା ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ପୌର ନିର୍ବାଚନ ଥିବାରୁ କୋଭିଡ କଟକଣା ପାଇଁ 144 ଧାରା ଜାରି କରାଯାଇଥିବା ବେଳେ କିପରି ମନ୍ତ୍ରୀଙ୍କ ରାଲିକୁ ଅନୁମତି ମିଳିଲା ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଉକ୍ତ ରାଲିରେ ପୋଲିସ ଅଧିକାରୀଙ୍କ ଉପସ୍ଥିତି ମଧ୍ୟ ରେକର୍ଡ ହୋଇଥିବା ଦେଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ