ETV Bharat / bharat

ବିହାର ନିର୍ବାଚନ: ମତଦାନରେ ସ୍ବଚ୍ଛତା ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ନିର୍ବାଚନ ଆୟୋଗ

author img

By

Published : Sep 26, 2020, 1:57 PM IST

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାରତ ନିର୍ବାଚନ ଆୟୋଗ (EC) କୋଭିଡ-19 ମହାମାରୀ ମଧ୍ୟରେ ମୁକ୍ତ, ନିରପେକ୍ଷ ଏବଂ ନିରାପଦ ନିର୍ବାଚନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।

ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ
ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାରତ ନିର୍ବାଚନ ଆୟୋଗ (EC) କୋଭିଡ-19 ମହାମାରୀ ମଧ୍ୟରେ ମୁକ୍ତ, ନିରପେକ୍ଷ ଏବଂ ନିରାପଦ ନିର୍ବାଚନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ବିହାର ବିଧାନସଭାକୁ ଏକ ମୁକ୍ତ, ନିରପେକ୍ଷ ଏବଂ ନିରାପଦ ନିର୍ବାଚନ ଆୟୋଜନ କରିବାକୁ ଭାରତର ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

ନିର୍ବାଚନ ତାଲିକାରେ ଥିବା ଗୁରୁତ୍ବପୂର୍ଣ୍ଣ ମୋଡକୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ଉଦ୍ୟମ କରାଯାଇଥିଲା ଏବଂ ସେଗୁଡିକର ସମାଧାନ ପାଇଁ ଟାର୍ଗେଟରେ SVEEP କାର୍ଯ୍ୟକଳାପ ସୁନିଶ୍ଚିତ କରାଯାଇଛି । ଏହାସହ ଏହା ମଧ୍ୟ କୁହାଯାଇଛି ଯେ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହୃତ ହଲ୍ କିମ୍ବା ରୁମର ପ୍ରବେଶ ସମୟରେ ସମସ୍ତ ବ୍ୟକ୍ତିଙ୍କ ଥର୍ମାଲ୍ ସ୍କାନିଂ କରାଯିବ । ହ୍ୟାଣ୍ଡ ସାନିଟାଇଜର ସବୁ ସ୍ଥାନରେ ଉପଲବ୍ଧ ହେବ, ସାମାଜିକ ଦୂରତା ବଜାୟ ରହିବ ଏବଂ ଯେତେ ସମ୍ଭବ ବୃହତ ହଲ୍ ବ୍ୟବହାର କରାଯିବ ।

ନାମାଙ୍କନପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ସହ ଆସୁଥିବା ଲୋକଙ୍କ ସଂଖ୍ୟା ନିୟମ ବର୍ତ୍ତମାନ 5 ବଦଳରେ 2ଟି । ପ୍ରଥମ ଥର ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଏକ ସୁରକ୍ଷା ରାଶି ଜମା କରିପାରିବେ । କଣ୍ଟେନମେଣ୍ଟ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆୟୋଗ ଡୋର ଟୁ ଡୋର୍ ଅଭିଯାନ ପାଇଁ ପ୍ରାର୍ଥୀଙ୍କ ସମେତ 5 ଜଣଙ୍କ ମଧ୍ୟରେ ସୀମିତ ରହିଛନ୍ତି । ରୋଡଶୋରେ ଯାନବାହନ ଚଳାଚଳ 10 ବଦଳରେ ପ୍ରତ୍ୟେକ 5ଟି ଯାନକୁ ଅନୁମତି ଦିଆଯାଇଛି।

ନିର୍ବାଚନ ପ୍ରକ୍ରିୟା ସମୟରେ ଏହା ଫେସ୍ ମାସ୍କ, ହ୍ୟାଣ୍ଡ୍ ସାନିଟାଇଜର୍, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ଫେସସିଲ୍ଡ ଏବଂ ପିପିଇ କିଟକୁ ବାଧ୍ୟତାମୂଳକ କରାଯାଇଛି​ । ମତଦାନର ଗୋଟିଏ ଦିନ ପୂର୍ବରୁ ସାନିଟାଇଜେସନ୍, ସାମାଜିକ ଦୂରତା ପାଇଁ ମାର୍କର୍, କୋଭିଡ-19 ସଚେତନତା ପୋଷ୍ଟର ଲଗାଇବା ଏବଂ ହ୍ୟାଣ୍ଡ ଗ୍ଲୋଭ୍ସର ଉପଲବ୍ଧତା ସହିତ ଆୟଗ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ରଖିଛି। ଅଗଷ୍ଟ 23 ସୁଦ୍ଧା 7,29,27,396 ଲୋକ ରାଜ୍ୟ ନିର୍ବାଚନରେ ​​ଭୋଟ୍ ଦେବାକୁ ପଞ୍ଜୀକୃତ ହୋଇଛନ୍ତି ବୋଲି ଆୟୋଗ କହିଛି।

ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଘୋଷଣା କରିଛି ଯେ ବିହାର ବିଧାନସଭା ନିର୍ବାଚନ 3ଟି ପର୍ଯ୍ୟାୟରେ ଅକ୍ଟୋବର 28, ନଭେମ୍ବର 3 ଏବଂ 7 ରେ ହେବ । ନଭେମ୍ବର 10 ରେ ଭୋଟ ଗଣନା କରାଯିବ । ବିହାରରେ 243 ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଅକ୍ଟୋବର-ନଭେମ୍ବରରେ ହେବ । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ରେ ଶେଷ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.