ETV Bharat / bharat

ମୋଦିଙ୍କ ନେତୃତ୍ବରେ ପୂରଣ ହେବ ରାମ ରାଜ୍ୟ ସ୍ବପ୍ନ: ଗମ୍ଭୀର

ପୂର୍ବ ଦିଲ୍ଲୀ ସ୍ଥିତ ରାମ ମନ୍ଦିରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଅଯୋଧ୍ୟା ଭୂମି ପୂଜନର ସିଧା ପ୍ରସାରଣ କରାଯାଇଥିଲା । ଯେଉଁଠି ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ ଉପସ୍ଥିତ ରହିଥିଲେ ପୂର୍ବ ଦିଲ୍ଲୀ ସାଂସଦ ତଥା ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପୂରଣ ହେବ ରାମ ରାଜ୍ୟର ସ୍ବପ୍ନ: ଗମ୍ଭୀର

author img

By

Published : Aug 5, 2020, 5:48 PM IST

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷା ଅନ୍ତ ଘଟି, ବହୁ ବାଦ‌ ବିବାଦ ପରେ ଆଜି ରାମ ରାଜ୍ୟ ପ୍ରତିଷ୍ଠାର ପ୍ରଥମ ସୋପାନ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ତଥା ଶିଳା ସ୍ଥାପନ ହୋଇଛି । ଏହି ଅବସରରେ ଦେଶରେ ଅନେକ ସ୍ଥାନରେ ଭୂମି ପୂଜନର ସିଧାପ୍ରସାରଣ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପୂରଣ ହେବ ରାମ ରାଜ୍ୟର ସ୍ବପ୍ନ: ଗମ୍ଭୀର

ପୂର୍ବ ଦିଲ୍ଲୀ ସ୍ଥିତ ରାମ ମନ୍ଦିରରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଅଯୋଧ୍ୟା ଭୂମି ପୂଜନର ସିଧା ପ୍ରସାରଣ କରାଯାଇଛି । ଯେଉଁଠି ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ ଉପସ୍ଥିତ ରହିଥିଲେ ପୂର୍ବ ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତେବେ ପୂଜନ ପରେ ‘ଇଟିଭି ଭାରତ’କୁ ଏକ ସାକ୍ଷାତକାର ଦେଇ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କ ପ୍ରସଂଶା କରିଛନ୍ତି ।

ଗମ୍ଭୀର କହିଛନ୍ତି, ‘ଯେଉଁ ରାମ ରାଜ୍ୟର ସ୍ବପ୍ନ ସ୍ବଂୟ ଶ୍ରୀ ରାମଚନ୍ଦ୍ର ଦେଖିଥିଲେ, ଆଜି ତାହା ପୂରା ହେବା ପରି ଲାଗୁଛି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ସ୍ବପ୍ନ ସତ ହେବାକୁ ଯାଉଛି ଏବଂ ଭାରତ ଏକ ନୂଆ ଇତିହାସ ଲେଖିବାକୁ ଯାଉଛି । ଏହି କ୍ଷଣକୁ ଦୀର୍ଘ 500 ବର୍ଷ ତଳୁ ଅପେକ୍ଷା ରହିଥିଲା । ଯାହା ଆଜି ସାକାର ହେଲା ।’

ତେବେ ଅଯୋଧ୍ୟା ଗସ୍ତକୁ ନେଇ ଗମ୍ଭୀର କହିଛନ୍ତି, ‘ଯେବେ ବି ମୋତେ ସୁଯୋଗ ମିଳିବ । ତୁରନ୍ତ ମୁଁ ରାମଲଲାଙ୍କ ଦର୍ଶନ ପାଇଁ ବାହାରି ପଡିବି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.